Related Contents

ସାମୁଦ୍ରିକ ଝଡ଼ ‘ଫୋନି’ପ୍ରଭାବ-ଯାଜପୁର ଅଞ୍ଚଳରେ ଗଛ ପଡି ୩ ମୃତ

ଯାଜପୁର(ସତ୍ୟଜିତ ବାରିକି): ସାମୁଦ୍ରିକ ଝଡ଼ “ଫୋନି”ର ପ୍ରଭାବରେ ଯାଜପୁର ଜିଲ୍ଲାରେ ତୁଆକୁ ତୁଆ ବର୍ଷା ସାଙ୍ଗକୁ ପବନ ହେବାରୁ ବଡ ଗଛ ପଡି ୩ଜଣ ମୃତ୍ୟୁ ବରଣ କରିଥିବାର ଜଣାପଡିଛି ।

ଖବର ଅନୁଯାୟୀ ଯାଜପୁର ତହସିଲ ଅନ୍ତର୍ଗତ ସୁଜନପୁର ଗ୍ରାମର ରଘୁନାଥ ପରମାଣିଙ୍କ ପୁଅ କଳ୍ପତରୁ ପରମାଣି, ବିଞ୍ଝାରପୁର ଥାନା ଅନ୍ତର୍ଗତ କଣ୍ଟିପୁର ଗ୍ରାମର ଦାମ ଦାସଙ୍କ ପୁଅ ଗୌରାଙ୍ଗ ଦାସ ଏବଂ କୋରେଇ ବ୍ଲକ ଅଧିନସ୍ଥ ମକୁନ୍ଦପୁର ଠାରେ ଗଛପଡି ବାବାଜୀ ଖଟୁଆଙ୍କର ମୃତ୍ୟୁ ଘଟିଛି ।

ଏଥିସହ ଏ ଅଞ୍ଚଳରେ ପବନର ବେଗ ଆନୁମାନିକ ୧୮୦ରୁ ୨୦୦ ପ୍ରତି ଘଣ୍ଟାରେ ରହିଥିବା ବେଳେ ଅନେକ ସ୍ଥାନରେ ବଡ ବଡ ଗଛ ପଡି ବହୁତ କ୍ଷୟକ୍ଷତି ଘଟିଛି । ଏହାକୁ ନେଇ ଯାଜପୁର ଅଞ୍ଚଳବାସୀ ସମ୍ପୂର୍ଣ ଭାବେ ଭୟବିତ ଅବସ୍ଥାରେ ରହିଥିବାର ଜଣାପଡିଛି । ଅନ୍ୟପଟେ ଆରଡିସି ଅନିଲ ସାମଲ ଓ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ୧୦ଟି ବ୍ଲକ ଓ ଦୁଇଟି ପୋୖରାଞ୍ଚଳର ପାଖାପାଖି ୯୬ହଜାର ଲୋକଙ୍କୁ ୨୬ଟି ବାତ୍ୟା ଆଶ୍ରୟ ସ୍ଥଳ ସମେତ ୫୯୯ଟି ବିଭିନ୍ନ ସେଣ୍ଟରରେ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବା ସହ ୬୦୬ଟି ସେଣ୍ଟରରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ପ୍ରାୟ ୬୨ହଜାର ଲୋକଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଖାଦ୍ୟ ବଣ୍ଟନ କରାଯାଇଥିବାର ସୂଚନା ମିଳିଛି ।

Comments are closed.