Thursday, March 28, 2024

Top 5 This Week

Related Posts

ବିଶେଷଜ୍ଞ କମିଟି (ଶିଶୁ ସୁରକ୍ଷା) ର ଉପ କାରାଗାର ପରିଦର୍ଶନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୫) : ଓଡିଶା ସରକାରଙ୍କ ଗୃହ ବିଭାଗ ଦ୍ୱାରା ମନୋନୀତ ବିଶେଷଜ୍ଞ କମିଟି (ଶିଶୁ ସୁରକ୍ଷା) ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ସୋନପୁର ଉପ କାରାଗାର ପରିଦର୍ଶନ କରିଛନ୍ତି l

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ସସ୍ମିତା ମିଶ୍ର ଙ୍କ ତତ୍ତ୍ୱାବଧାନରେ ବିଶେଷଜ୍ଞ କମିଟି (ଶିଶୁ ସୁରକ୍ଷା) ର ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥି, ରାଜୀବ ଲୋଚନ ଗୁରୁ, ହେମନ୍ତ କୁମାର ସା ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ଉପ କାରାଗାର ପରିଦର୍ଶନ କରିଥିଲେ l

ଏହି ଅବସରରେ କମିଟି ପକ୍ଷରୁ ଉପ କାରାଗାର ର ଅନ୍ତେବାସୀ ଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଆଇନ ବ୍ୟବସ୍ଥା କୁ ନେଇ ଆଇନ ସହ ଦ୍ଵନ୍ଦରେ ଜଡିତ ଥିବା ଶିଶୁ ଙ୍କୁ ଚିହ୍ନଟ କରାଯାଇଥିଲା କିନ୍ତୁ ଏଥିରେ କୌଣସି ଆଇନ ସହ ଦ୍ଵନ୍ଦରେ ଥିବା ଶିଶୁ ପାଇ ନ ଥିଲେ l ଭାରପ୍ରାପ୍ତ ଉପ କାରାଗାର ର ଅଧ୍ୟକ୍ଷ ଡିଲେଶ୍ଵର ଜେନା ପରିଦର୍ଶନ ସମୟରେ ଉପସ୍ଥିତ ରହି ଉକ୍ତ କମିଟିକୁ ସହଯୋଗ କରିଥିଲେ l

Popular Articles