Advertisements
Tuesday, June 2, 2020
Home Government News ବଢୁଛି ତାପମାତ୍ରା ଦେଖା ଦେଇଛି ପାନୀୟ ଜଳ ସମସ୍ୟା

ବଢୁଛି ତାପମାତ୍ରା ଦେଖା ଦେଇଛି ପାନୀୟ ଜଳ ସମସ୍ୟା

କଲିମେଳା(ବୁଦ୍ଧଦେବ ମଣ୍ଡଳ): ମାଲକାନଗିରି ଜିଲ୍ଲା ଏମ୍ ଭି ୭୯ ଗ୍ରାମରେ ନାଳ ଓ ପୋଖରୀରେ ମେଣ୍ଟୁଛି ଶୋଷ, ତଥାପି ପ୍ରଶାସନ ଓ ପ୍ରଶାସନିକ ଅଧିକାରୀ ଶୀତତାପ କୋଠରୀରୁ ବାହାରି ଆସି ସଙ୍କଟ ମୋଚନ ସାଜି ପାରୁନାହାନ୍ତି ଏଭଳି ଦୁର୍ଦଶା ସମୟରେ ।

କେଉଁଠି ଗଣ୍ଡା ଗଣ୍ଡା ଅଚଳାବସ୍ଥାରେ ନଳକୂପ ତ କେଉଁଠି ଜଳ ପ୍ରଦୂଷିତ ଅବସ୍ଥାରେ ଚାଲିଛି ପାନୀୟ ଜଳ ଯୋଗାଣ ସେବା, ତଥାପି ଲୋକଙ୍କ ସମସ୍ୟା ପ୍ରତି କାହାର ନଜର ପଡୁ ନ ଥିବା ଅଭିଯୋଗ ହୋଇଛି । ଏହି ପରି ଚିତ୍ର ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଲୁଗାଲ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ, ଏହି ପଞ୍ଚାୟତର ବାଞ୍ଜିଗୁଡ଼ା ଗ୍ରାମରେ ବସବାସ କରୁଥିବା କିଛି ପରିବାରର ଅବସ୍ଥା । ଏହି ଗ୍ରାମରେ ନଳକୂପଟିଏ ନଥିବାରୁ ପିଇବା ପାଣି ପାଇଁ ହନ୍ତସନ୍ତ ହୋଇ ଭରସା କରିବାକୁ ପଡୁଛି ଚୁହା ଉପରେ । ଯେଉଁଠି ପିଲାଙ୍କ ଗାଧୁଆ ଠାରୁ ଆରମ୍ଭ କରି ସୌଚ ପର୍ଯ୍ୟନ୍ତ ଆବଶ୍ୟକୀୟ ସବୁ କାର୍ଯ୍ୟ ପାଇଁ ଏହି ପାଣିକୁ ବ୍ୟବହାର କରିବାକୁ ପଡେ । ବେଳେ ବେଳେ ପଶୁ ପକ୍ଷୀଙ୍କ ଶୋଷ ମେଣ୍ଟାଇବାକୁ ଯାଇ ଚୁହା ପାଣି ଦୂଷିତ ହେଲେ ମଧ୍ୟ ତାହାକୁ ଲୋକ ମାନେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି |

ଯାହା ଗ୍ରାମାଞ୍ଚଳରେ ଜଳ ଯୋଗାଣ ବିଭାଗର ଢ଼ିଲାପଣକୁ ପଦାରେ ପକାଉଛି । ଦେଶ ଏବଂ ରାଜ୍ୟରେ ନିର୍ବାଚନର ମାହୋଲ ଚାଲିଥିବା ବେଳେ ନେତା ମାଳ ମାଳ ପ୍ରତିଶୃତି କାର୍ଯ୍ୟକାରୀ ହେଇପାରୁନାହିଁ । ଏଭଳି ପରିସ୍ଥିତିରେ ଆଖପାଖ ଲୋକ ବାରମ୍ବାର ପ୍ରାଶାସନ ପାଖରେ ଗୁହାରି କଲେ ମଧ୍ୟ କାହାରି ନଜର ପଡୁ ନ ଥିବା ଅଭିଯୋଗ ହେଉଛି । ତେବେ ଆଗାମୀ ଦିନରେ ତୁରନ୍ତ ଏଦିଗରେ ଯଥାଚିତ ପଦକ୍ଷେପ ଗ୍ରହଣ କରି ଏହି ଅଞ୍ଚଳରେ ଆବଶ୍ୟକୀୟ ଜଳାଭାବ ଦୂର କରିବାକୁ ସାଧାରଣରେ ଦାବି ହେଉଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: