Thursday, March 28, 2024

Top 5 This Week

Related Posts

ପବିତ୍ର ଘୋଷ ଯାତ୍ରା ଓ ବାହୁଡ଼ା ଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ : ବିରଞ୍ଚି ପ୍ରସାଦ
ଗୁଣପୁର, ତା (୨୭/୦୫) : ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରା ଓ ବାହୁଡ଼ା ଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l

ଏହି ବୈଠକ ର ପ୍ରାରମ୍ଭରେ ଉପ ଜିଲ୍ଲାପାଳ ଶ୍ରୀ ଜେନା ପବିତ୍ର ଘୋଷ ଯାତ୍ରା ଓ ବାହୁଡ଼ା ଯାତ୍ରା ଗତ ଦୁଇ ବର୍ଷ ଧରି ମହାମାରୀ କୋରନା ଯୋଗୁଁ ଆୟୋଜନ କରାଯାଇ ପାରିନାହିଁ ଚଳିତ ବର୍ଷ କିପରି ସୁରୁଖୁରୁରେ ଆୟୋଜନ କରାଯାଇପାରିବ ସେଥିପାଇଁ ସମସ୍ତ ସକ୍ରିୟ ସହଯୋଗ କାମନା କରିଥିଲେ l ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ପୂର୍ବ ବର୍ଷ ର ବିବରଣୀ ଉପସ୍ଥାପନ କରିଥିଲେ l

ଏହାପରେ ବିଭିନ୍ନ ବିଭାଗ ତରଫରୁ କରାଯାଇଥିବା କାର୍ଯ୍ୟ ସମ୍ପାଦନ ଉପରେ ଆଲୋଚନା କାଯାଇଥିଲା l ରଥ ତିଆରି ନିମନ୍ତେ ଆବଶ୍ୟକ କାଠ ଫରେଷ୍ଟ ବିଭାଗ ପ୍ରଦାନ କରିବାକୁ କୁହାଯାଇଥିଲା l ପୁର୍ତ୍ତ ବିଭାଗ ରଥ ନିର୍ମାଣ ଓ ଫିଟନେସ ସାର୍ଟିଫିକେଟ ଦେବେ l ଜଗନ୍ନାଥ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ପୂର୍ତ୍ତ ବିଭାଗ ରଙ୍ଗ କାର୍ଯ୍ୟ କରିବେ l

ପୌର ପରିଷଦ ତରଫରୁ ପରିମଳ ବ୍ୟବସ୍ଥା କରିବେ l ଟ୍ରାଫିକ, ଗାଡି ପାର୍କିଂ ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା କଥା ପୋଲିସ ବିଭାଗ କରିବ l ସ୍ୱାସ୍ଥ୍ୟଗତ ସମସ୍ୟା ଓ ଆମ୍ବୁଲାନ୍ସ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଛି l ରଥଯାତ୍ରା ସମୟରେ ପିଇବା ପାଣି ଜନସ୍ୱାସ୍ଥ୍ୟ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଛି l ରଥଯାତ୍ରା ସମୟରେ ଆଦିତ୍ୟ ବାହୀନି ମାଗଣାରେ ଖାଦ୍ୟ ପ୍ରସ୍ତୁତ କରି ଭକ୍ତ ମାନଙ୍କୁ ପ୍ରଦାନ କରିବେ l ଅସ୍ଥାୟୀ ଶୌଚାଳୟ ପ୍ରସ୍ତୁତ କରିବା ନିମନ୍ତେ ବି ଡି ଓ ଙ୍କୁ କୁହାଯାଇଛି l ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା ଦିନ ଜନ ଗହଳି ଦେଖି ଜଳ ଛିଞ୍ଚନ କରିବେ ଅଗ୍ନିଶମ ବିଭାଗ l ମିନା ବଜାର ଓ ମେଳା ନିମନ୍ତେ ଟେଣ୍ଡର କରିବାକୁ ତହସିଲଦାର ଙ୍କୁ କୁହାଯାଇଥିଲା l

ଏହି ବୈଠକରେ ଗୁଣପୁର ବି ଡି ଓ ଶାନ୍ତିପ୍ରଭା ପ୍ରଧାନ, ନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସ, ଆରକ୍ଷୀ ଅଧିକାରୀ ଶ୍ରୀ ଅଜୟ ବାରିକ, ଅନ୍ୟାନ୍ୟ ଅଧିକାରୀ ଓ ମନ୍ଦିର ପ୍ରଶାସନ କମିଟି ର ସଭ୍ୟଗଣ ଉପସ୍ଥିତ ଥିଲେ l ଶେଷରେ ତହସିଲଦାର ଶ୍ରୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Popular Articles