ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ

0
154
ବରିଷ୍ଠ ଅଭିନେତା ବିରାଜ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, ତା (୨୭/୦୫) : ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ ନେଇ ତାଙ୍କ ସାନ ପୁଅ ଅର୍ଣ୍ଣବ ଦାସ ସୂଚନା ଦେଇଛନ୍ତି । ଅନେକ ଟିଭି ସିରିୟଲ ଓ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରିଥିଲେ ବିରାଜ ।

ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ । ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ । ରାଜଧାନୀ ର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ । ଦୀର୍ଘ ଦିନ କର୍କଟରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।

ବିରାଜଙ୍କ ପରଲୋକ ନେଇ ସାନ ପୁଅ ଅର୍ଣ୍ଣବ ଦାସଙ୍କ ସୂଚନା । ଅନେକ ଟିଭି ସିରିୟଲ ଓ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରିଥିଲେ ବିରାଜ । ଖବର ପାଇ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷ ଦର୍ଶନ ପାଇଁ ଓଲିଉଡ୍‌ ର ଅନେକ କଳାକାର ଏକାଠି ହୋଇଛନ୍ତି ।