ଛୁଟି ବାତିଲ ସତ୍ୱେ କାର୍ଯ୍ୟରେ ଯୋଗ ନ ଦେବା ହେତୁ ରାୟଗଡା ସିଡ଼ିଏମଓ ନିଲମ୍ବିତ

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ସି ଡ଼ି ଏମ ଓ ଡାକ୍ତର ଶିବ ପ୍ରସାଦ ପାଢ଼ୀଙ୍କୁ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଚିଠି ନ. ୧୧୨୧୭, ତାରିଖ ୦୨.୦୫.୨୦୧୯ରେ ନିଲମ୍ବିତ କରିଛନ୍ତି |

ଆଗକୁ ଓଡିଶାରେ ଫନି ମାଡି ଆସୁଥିବାରୁ ସରକାର ଏକ ବିଜ୍ଞପ୍ତି ଜାରି କରି ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଛୁଟି ବାତିଲ କରିଥିଲେ କିନ୍ତୁ ଖୋଦ ସିଡ଼ିଏମଓ ନିଜେ ଏହାର ଖିଲାପ କରିଥିଲେ | ଛୁଟିରେ ଯାଇ ଫେରି ନ ଥିବାରୁ ପାଢ଼ୀଙ୍କୁ ନିଲମ୍ବିତ କରାଯାଇଛି ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି | ଠିକ ୬ମାସ ୧୧ଦିନ ତଳେ ରାୟଗଡ଼ ତତକାଳୀନ ସିଡ଼ିଏମଓଙ୍କୁ ତିତିଲି ସମୟରେ ଏହି ଠାରୁ ନିଲମ୍ବିତ କରି ନିଜେ ରାୟଗଡ଼କୁ ବଦଳି ହୋଇ ଆସିଥିଲେ | ପାଢ଼ୀଙ୍କ ନିଲମ୍ବିତ ନେଇ ରାୟଗଡା ଜନସାଧାରଣ ତଥା ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି ନିଜେ ଖୋଲିବା ଗାତରେ ନିଜେ ପଡିବ ତାହା ହୋଇଛି ଆଜି ପାଢ଼ୀଙ୍କ କ୍ଷେତ୍ରରେ | ରାୟଗଡ଼ରେ ଅତିରିକ୍ତ ସିଡିଏମଓ ଡାକ୍ତର ଶକ୍ତିବ୍ରତ ମହାନ୍ତିଙ୍କୁ ସିଡିଏମଓ ଦାଇତ୍ୱ ଦିଆଯାଇଛି |

Comments are closed.