ସରକାରୀ ମଦ ଦୋକାନ ରେ ନକଲି ବିଦେଶୀ ମଦ ଜବତ : ଦୁଇ ଗିରଫ

0
130
ସରକାରୀ ମଦ ଦୋକାନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୨୬/୦୫) : ଅବକାରୀ ବିଭାଗ ଅନେକ ସମୟରେ ବିଭିନ୍ନ ନିଶା କାରବାର ମାଫିଆ ମାନଙ୍କୁ ଗିରଫ କରୁଥିଲେ ସୁଦ୍ଧା ତାହା ଥମିବାର ନାଁ ନେଉନାହିଁ । ଏଭଳି କି ସରକାରୀ ମଦ ଦୋକାନ ରେ ମଧ୍ୟ ଲାଇସେନ୍ସ ଧାରୀ ମଦ ଦୋକାନୀ ମାନେ ମଧ୍ୟ ନକଳି ମଦ ତିଆରି, ବିକ୍ରି ଓ ଚାଲାଣ ବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ଲୋକେ ଅଳ୍ପ ଦିନରେ ମୃତ୍ୟୁବରଣ କରିବା ସ୍ୱାଭାବିକ ।

ସୂଚନାଯୋଗ୍ୟ ଯେ ଅବକାରୀ ଗୋଇନ୍ଦା ବିଭାଗ ସମ୍ବଲପୁର ଓ ପାଟଣାଗଡ଼ ଅବକାରୀ ବିଭାଗ ର ମିଳିତ ଉଦ୍ୟମରେ ଆଜି ଖପ୍ରାଖୋଲ ସରକାରୀ ମଦ ଦୋକାନ, ଲାଇସେନ୍ସ ଧାରୀ ବିଦେଶୀ ମଦ ଦୋକାନ ଓ ପାଟଣାଗଡ଼ ରାମପୁର ବିଦେଶୀ ମଦ ଦୋକାନକୁ ଚଢ଼ଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିବା ସହ ରାମବ୍ରତ ସାହୁ ଓ ଗୌତମ ମହନ୍ତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପାଟଣାଗଡ଼ ଅବକାରୀ ଅଧିକାରୀ ବିଶ୍ଵନାଥ ପରିଡ଼ା ସୂଚନା ଦେଇଛନ୍ତି ।

ଚଢ଼ାଉ ସମୟରେ ସମ୍ବଲପୁର ଅବକାରୀ ଇନ୍ସପେକ୍ଟର ଶଶୀକାନ୍ତ ଦତ୍ତ, ଅବକାରୀ ଉପ ଅଧିକ୍ଷକ ବିପ୍ରଚରଣ ମଣ୍ଡଳ ଓ ପାଟଣାଗଡ଼ ଅବକାରୀ ବିଭାଗ ର ଅଧିକାରୀ ବିଶ୍ୱନାଥ ପରିଡ଼ାଙ୍କ ସହ ପାଟଣାଗଡ଼ ଅବକାରୀ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।