Related Contents

କୋମଳମତି ଶିଶୁଙ୍କ ଭବିଷ୍ୟତ ଗଢୁଥିବା ଅଙ୍ଗନବାଡି କେନ୍ଦ୍ରରେ ବିଦେଶୀ ମଦ ବିକ୍ରି, ଅଙ୍ଗନବାଡି କର୍ମୀ ଗିରଫ

ମାଲକାନଗିରି(ଅସୀମ ବିଶ୍ୱାସ): ଅଙ୍ଗନବାଡି କେନ୍ଦ୍ରରେ ବେଆଇନ ଭାବେ ବିଦେଶୀମଦ ଗଛିତ ରଖି ବିକ୍ରୀକରୁଥିବା ଅଭିଯୋଗରେ ମଦସହ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଜିଲ୍ଲାଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି ।

ମାଲକାନଗିରି ଜିଲ୍ଲାସ୍ଥ ତଣ୍ଡିକି ପଚାଂୟତର ଟିଟଙ୍ଗ ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ବେଆଇନଭାବେ ବିଦେଶିମଦ ବିକ୍ରୀ କରୁଥିବାର ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାଅବକାରୀ ସୁପରିଟେଣ୍ଡେଣ୍ଟ ଅଶୋକ କୁମାର ସେଠଙ୍କ ତତ୍ୱାବଧାନରେ ଅବକାରି ଥାନା ଅଫିସର ଇନଚାର୍ଜ ଏଚ.ଜଗାରାଓଙ୍କ ନେତୃତ୍ୱରେ ଅବକାରୀ ଏସଆଇ ଦିଲିପ କୁମାର ନାୟକ, ଜେମସ ସାହୁ, ରାମଚନ୍ଦ୍ର ହନ୍ତାଳ, କାହ୍ନୁଚରଣ ମଲିକ, ଜ୍ଞାନରଂଜନସାହୁ, ସିତାକାନ୍ତ ମହାନ୍ତି, ଅବକାରୀ ମହିଳା କନେଷ୍ଟବଳ ଜୁଲି ସା, ସରିତା ନାୟକ ଓ ଭ୍ରାମ୍ୟମାଣ ଅବକାରୀ କର୍ମଚାରୀମାନେ ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ଅଚାନକ ଭାବେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ଅଙ୍ଗନବାଡ଼ି କେନ୍ଦ୍ରରୁ ଦୁଇ ପେଟି ବେଆଇନ ବିଦେଶି ମଦ ମିଳିଛି, ସେଥିମଧ୍ୟରୁ ୯୫ଟି ହୁଇସ୍କି, ଅଫିସର ଚିୟର୍ସ ଓ ୪୬ଟି ଟିନ ବିୟର ଜବତ କରାଯାଇଛି । ବେଆଇନ ଭାବେ ଏହି ବିଦେଶୀ ମଦ ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ରଖି ବିକ୍ରୀ କରୁଥିବା ଅଙ୍ଗନକର୍ମୀ ଉର୍ମିଳା ମଣ୍ଡଳଙ୍କୁ ଅବକାରୀ ବିଭାଗ ଗିରଫ କରି ଜିଲ୍ଲାଅବକାରୀ ବିଭାଗ କାର୍ଯ୍ୟାଳୟକୁ ଆଣି ଜେରା ଚଳାଇଛନ୍ତି ।

ଏହି ଟିଟଙ୍ଗ ଗ୍ରାମଟି ଛତିଶଗଡ ରାଜ୍ୟ ସୀମାନ୍ତରେ ଥିବାରୁ ପ୍ରତିଦିନ ବହୁସଂଖ୍ୟାରେ ଛତିଶଗରୁ ଲୋକମାନେ ଆସି ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ମଦ ପିଇବା ସହିତ ମଦ କ୍ରୟ କରି ନେଇଥାନ୍ତି । କେତକ ମଦ ପିଇ ନିଶାରେ ଗ୍ରାମବାସୀ ମାନଙ୍କ ସହିତ ଝଗଡା ମଧ୍ୟ କରିଥାନ୍ତି । ଗାଁରେ ବେଆଇନ ଭାବେ ମଦବିକ୍ରୀ ହେବା ମଦ୍ୟପାନ କରି ଗାଁ ର ପୁରୁଷ ଓ ଯୁବକକ ମାନେ ଘରେ ଝଗଡା କରିବା ଇତ୍ୟାଦି ଘଟଣା ଯୋଗୁଁ ଗ୍ରାମବାସୀ ମାନେ ଏ ସଂପର୍କରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଅବକାରୀ ବିଭାଗକୁ ଜଣାଇଥିଲେ । କମୋଳମତି ଶିଶୁ ତିଆରୀ କାରଖାନା ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଶିକ୍ଷାଦାନ ଦେଇ ଆଦର୍ଶ ଛାତ୍ର ଛାତ୍ରୀ ଭାବେ ଗଢି ତୋଳିବା ବଦଳରେ ଖୋଦ ମହିଳା ଅଙ୍ଗନବାଡ଼ି କର୍ମୀ ନିଜେ ବେଆଇନ ଭାବେ ମଦ ବିକ୍ରି କରିବା ଓ ମଦସହିତ ଗିରଫ ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ମୁଖ୍ୟଚର୍ଚ୍ଚାର ବିଷୟ ପାଲଟିଛି | ଏ ସଂପର୍କରେ ଆମେ ଜିଲ୍ଲା ସମାଜକଲ୍ୟାଣ ଅଧିକାରୀ ସ୍ୱଣ୍ଣର୍ଲତା ବିଶ୍ୱାସଙ୍କୁ ପଚାରିବାରୁ ସେ କହିଥିଲେ ଟିଟଙ୍ଗ ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ମଦବିକ୍ରୀ କରିବା ଅଭିଯୋଗରେ ଗିରଫ ହେବା ଘଟଣା ଜାଣିବାପରେ ସେଠାକୁ କୋରକୁଣ୍ଡା ସିଡିପିଓ ବିପୁଳା ସରଦାର ଗସ୍ତକରି ତଦନ୍ତ ଆରମ୍ଭ କରିଛନ୍ତି | ଅଙ୍ଗନବାଡ଼ି କେନ୍ଦ୍ରରେ ସେ ରଖିଥିବା କିଛି ଦୋକାନ ସାମଗ୍ରୀକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି, ପୁର୍ବରୁ ସେହି କନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ନିୟମିତ ଭାବେ ରହୁ ନ ଥିବାରୁ ତାଙ୍କ ଦରମା ବନ୍ଦକରା ଗଲା ପରେ ଗତ ମାର୍ଚ୍ଚ ମାସ ଠାରୁ ସେ ସେଠାରେ ନିୟମିତ ଭାବେ ରହି ଆସୁଥିଲେ । କେନ୍ଦ୍ର ନିକଟରେ ସେ ଛୋଟିଆ ଦୋକନାଟିଏ ଖୋଲି ସେଥିରେ ଗ୍ରୋସରି ସାମଗ୍ରୀ ସହିତ ଲୁଗାପଟା ବିକ୍ରି କରୁଥିଲେ । ମଦ ବିକ୍ରୀ କରୁଥିବାର ସେମିତି କିଛି ଆମ ନିକଟରେ ଆଗରୁ ଅଭିଯୋଗ ଆସିନାହିଁ । ତଥାପି ଅଙ୍ଗନବାଡ଼ି କେନ୍ଦ୍ରରୁ ଦୋକାନ ହଟାଇ ଦେବା ପାଇଁ ଅନେକ ଥର ସିଡିପିଓ, ସୁପରଭାଇଜର ମାନେ ତାଙ୍କୁ କହିଛନ୍ତି । ସେ ମଦବିକ୍ରୀ କରୁଥିଲେ କି ନାହିଁ ସେ ସଂପର୍କରେ ଆମ ବିଭାଗ ପକ୍ଷରୁ ତଦନ୍ତ ଚାଲିଛି, ଏହା ପ୍ରାମାଣିତ ହେଲାପରେ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଜିଲ୍ଲାସାମଜ କଲ୍ୟାଣ ଅଧିକାରୀ କହିଛନ୍ତି ।

Comments are closed.