Friday, March 29, 2024

Top 5 This Week

Related Posts

ନାବାଳିକା ଅପହୃତ ହୋଇ ଉଦ୍ଧାର : ଯୁବକ ଅଟକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୦୫) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ର କାଶୀନଗର ଥାନା ଅନ୍ତର୍ଗତ ଚଦଙ୍ଗି ପୁର ଗ୍ରାମ ର ଜଣେ ନାବାଳିକା ଙ୍କୁ ଆନ୍ଧ୍ର ପ୍ରଦେଶ ର କଟୁରୁ ଗ୍ରାମ ରେ ରହୁଥିବା ଜଣେ ଯୁବକ ହାଡୁ ଭାଙ୍ଗି ଅଞ୍ଚଳ ରୁ ଅପହରଣ କରି ନେଇଥିବା ଯୁବତୀଙ୍କ ଆଇ କାଶୀନଗର ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ ଘଟଣା ର ତଦନ୍ତ କରି ଅପହରଣ କରିଥିବା ଯୁବକ କୁ ଅଟକ ରଖି ପଚରା ଉଚୁରା କରି ଜେଲ କୁ ପଠାଇ ଦେଇଛି ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ କହିଛନ୍ତି । ନାବାଳିକା ଅପହୃତ ଘଟଣା ର କେସ ନ ୫୫/୨୨ ରେ ଏକ ଅପହରଣ ମାମଲା ରୁଜ୍ଜୁ ହୋଇଛି ବୋଲି ଜଣା ପଡିଛି । ପ୍ରକୃତରେ ଯୁବତୀ ଜଣକ ନିଜ ଆଇ ଙ୍କ ପାଖରେ ଦୀର୍ଘ ୩ ବର୍ଷ ହେଲା ରହି ଆସୁଛି ।

Popular Articles