Related Contents

ମହାବାତ୍ୟା ‘ଫୋନି’ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ(ଓଡିଶା ନ୍ୟୁଜ୨୪): ଆସନ୍ତାକାଲି ପୁରୀ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବାକୁ ଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଫୋନି’ର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତି ।

ଫୋନି ଦ୍ୱାରା ଓଡ଼ିଶା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ମୋଦି ଏହି ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ କ୍ୟାବିନେଟ୍‌ ସଚିବ, ପ୍ରଧାନମନ୍ତ୍ରୀଙ୍କ ସଚିବ, ପ୍ରଧାନମନ୍ତ୍ରୀଙ୍କ ଆଡିସନାଲ ସଚିବ, ସ୍ୱରାଷ୍ଟ୍ର ସଚିବ, ଆଇଏମଡି, ଏନ୍‌ଡିଆରଏଫ୍‌, ଏନ୍‌ଡିଏମଏ ଓ ପିଏମଓର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ବୈଠକରେ ମୋଦି ପ୍ରଭାବିତ ହେବାକୁ ଥିବା ରାଜ୍ୟମାନଙ୍କ ସହ ଯୋଗସୁତ୍ର ସ୍ଥାପନ କରିବାକୁ କହିଛନ୍ତି। ସେହିପରି ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିଲିଫ୍‌ ଓ ଉଦ୍ଧାର କେମିତି ତ୍ୱରାନ୍ୱିତ ହେବ, ସେକଥା ନିଶ୍ଚିତ କରିବାକୁ ସେ କହିଛନ୍ତି ।

Comments are closed.