Related Contents

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ

ନବରଙ୍ଗପୁର(ଏ.ସତୀଶ): ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଶ୍ରମିକ ମାନଙ୍କ ପାଇଁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ବେହେରା ଯୋଗ ଦେଇଥିଲେ |

ଅନ୍ୟାନ୍ୟ ଅତିଥି ଭାବେ ଦ୍ଵିତୀୟ ଶ୍ରେଣୀ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ସୌମ୍ୟରଂଜନ ନାୟକ, ଅତିରିକ୍ତ ଏସ.ପି. ଶ୍ରୀ ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲା ଶ୍ରମିକ ଧିକାରୀ ଶ୍ରୀ ନରେନ୍ଦ୍ର କୁମାର ଗାଇପାଇ, ଜିଲ୍ଲା ଶ୍ରମିକ ନିରୀକ୍ଷକ ଅଧିକାରୀ ଶ୍ରୀ ବୁଲୁ ଶ୍ରୀହରିଆ, ଆଇନଜୀବୀ ଶ୍ରୀ ରାମଚନ୍ଦ୍ର ନାୟକ ଓ ସରୋଜ କୁମାର ବେହେରା ଯୋଗ ଦେଇଥିଲେ | ପ୍ରଥମେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀ ବେହେରା ଅଣସଂଗଠିତ କ୍ଷେତ୍ର ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ଆଇନ ଓ ସହାୟତା ସମ୍ପର୍କରେ ବୁଝେଇଥିଲେ ଓ ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ଆଇନ ଓ ତାର କିପରି ଭାବେ ପ୍ରଣୟନ ହୋଇଥିଲା ସେ ନେଇ ଆଲୋକପାତ କରିଥିଲେ ଓ ପରେ ଜିଲ୍ଲା ଶ୍ରମିକ ଅଧିକାରୀ ଶ୍ରୀ ଗାଇପାଇ ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ସହାୟତା ଓ ସେମାନେ କିପରି ପଂଜିକୃତ ହେବେ ସେ ବିଷୟ ନେଇ ବୁଝେଇଥିଲେ | ଓ ଶ୍ରମିକ ମାନଙ୍କ କୌଣସି ଅସୁବିଧା ହେଲେ ତାହା ତାଙ୍କ ପାଖକୁ ଆସି ଅଭିଯୋଗ କରିପାରିବେ ବୋଲି ଜଣାଇଥିଲେ | ବ୍ଲକର ବିଭିନ୍ନ ଅଂଚଳରୁ ବହୁ ଶ୍ରମିକ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ଦ୍ୱାରା ପରିଚାଳନା କରାଯାଇଥିଲା |

Comments are closed.