Friday, March 29, 2024

Top 5 This Week

Related Posts

ଭୁଜାଲି ଆକ୍ରମଣ ରେ ତିନି ଆହତ, ଜଣେ ଗୁରୁତର : ଆକ୍ରମଣ ର କାରଣ ଅସ୍ପଷ୍ଟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ପାଟଣାଗଡ଼, ତା (୨୫/୦୫) : ପାଟଣାଗଡ଼ ଥାନା ଚିଙ୍ଗେରବନ୍ଦ ଗାଁରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଭୁଜାଲି ମାଡ଼ ହୋଇଥିବା ଅଭିଯୋଗ ହୋଇଛି ।

ଫଳରେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଅନ୍ୟଦୁଇ ଜଣ ଗୁରୁତର ହୋଇ ପାଟଣାଗଡ଼ ଡାକ୍ତରଖାନରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତେବେ କଣ ପାଇଁ ଭୁଜାଲି ମାଡ଼ ହେଲା କାରଣ କ’ଣ ତାହା ଏବେ ବି ଅସ୍ପଷ୍ଟ ଥିବାବେଳେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏପରି ହୋଇଥିବା ପୁଲିସ ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ଚିଙ୍ଗେରବନ୍ଦ ଗାଁ ର ପଙ୍କଜ ବାଗ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଗାଁ ର ନିର୍ମଳ ବାଗ କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ପରେ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ପଙ୍କଜ ଧରିଥିବା ଏକ ଧାରୁଆ ଅସ୍ତ୍ରରେ ନିର୍ମଳ ବାଗ ଙ୍କ ମୁଣ୍ଡରେ ବାରମ୍ବାର ଆକ୍ରମଣ କରି ତାଙ୍କୁ ଲହୁଲୁହାଣ କରି ଦେଇଥିଲା । ଏହି ସମୟରେ ନିର୍ମଳ ଜୀବନ ବଞ୍ଚାଇବାକୁ ହୋହାଲ୍ଲା ପାଟି ତୁଣ୍ଡ କରିବାରୁ କାକା ମହେଶ୍ୱର ଦୌଡ଼ି ଆସି ଦେଖିଲା ବେଳେକୁ ତାଙ୍କୁ ମଧ୍ୟ ଭୁଜାଲିରେ ଆକ୍ରମଣ ହୋଇଥିବା ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଛି ।

ଏ ନେଇ କାହାରି ପ୍ରତିକ୍ରିୟା ମିଳି ପାରି ନ ଥିବା ବେଳେ ନିର୍ମଳ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଇ ଥିବାରୁ ଡାକ୍ତରତାଙ୍କୁ ପାଟଣାଗଡ଼ ରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି ।

Popular Articles