ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୫/୫) : ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ଟାଉନହଲ ଠାରେ ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠିକରଣ ଯୋଜନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଶିଳ୍ପ କେନ୍ଦ୍ର ର ସାଧାରଣ ପରିଚାଳକ ବଳଭଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ମୁଖ୍ୟ ଅତିଥ୍ୟ ଭାବେ ଯୋଗଦେଇ ସମସ୍ତଙ୍କ ସହଯୋଗରେ ଜିଲ୍ଲାରେ ବିଭିନ୍ନ ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ସ୍ଥାପନ କରାଯାଇ ବେକାର ଯୁବକ ଯୁବତୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ସଦସ୍ୟା ମାନେ ରୋଜଗାର ର ମାଧ୍ୟମ ତଥା ଆର୍ଥିକ ସ୍ତରରେ ସୁଦୃଢ଼ ହୋଇପାରିବେ ସେ ଦିଗରେ ସମ୍ପୃକ୍ତ ବିଭାଗ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।
ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ର ଯୁଗ୍ମ ସଚିବ ଶ୍ରୀମତୀ ମାନସୀ ମାନ୍ଧତା ଯୋଗଦେଇ ରାଜ୍ୟ ସରକାରଙ୍କର ଖାଦ୍ୟ ପ୍ରକ୍ରିୟାକରଣ ନୀତି ଏବଂ ପି.ଏମ୍.ଏଫ୍.ଏମ୍.ଇ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦରେ ଚିହ୍ନିତ ଆମର ଜିଲ୍ଲାରେ କିପରି ବ୍ୟାପକ ପ୍ରକ୍ରିୟାକରଣ କରାଯିବ ସେ ଉପରେ ଏକ ବିସ୍ତୃତ ଆଲୋଚନା କରାଗଲା । ଅନ୍ୟମାନଙ୍କ ମଧ୍ୟରେ ଏ.ଜି.ଏମ୍. ନାବାଡ଼ ତାପସ ଶଙ୍କର ରାଉତ ଯୋଗଦେଇଥିଲେ ।
ରାଜ୍ୟ ସ୍ତରୀୟ ପ୍ରକଳ୍ପ ମନୀଟରିଂ କମୀଟି ର ସଦସ୍ୟ ମାନେ ବିସ୍ତୃତ ଭାବେ ପି.ଏମ୍.ଏଫ୍. ଏମ୍.ଇ ର ଯୋଜନା ର ସୁଫଳ ବିଭିନ୍ନ ଉଦ୍ୟୋଗି ମାନଙ୍କ ପାଖରେ ଉପସ୍ଥାପନ କରିଥିଲେ । ହସ୍ତଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଦେବାଶିଷ ମିଶ୍ର ପ୍ରାସୟିକ ସ୍ୱାଗତ ଭାଷଣ ଦେବା ସହ ଜିଲ୍ଲା ଶିଳ୍ପ କେନ୍ଦ୍ର ର ଭୂମିକା ଏବଂ ରାଜ୍ୟ ସରକାରଙ୍କର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।
ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗ ର ବରିଷ୍ଠ ଅଧିକାରୀ, ବ୍ୟାଙ୍କ ଶାଖା ପରିଚାଳକ ଏବଂ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରରୁ ୨୦୦ ରୁ ଅଧିକ ଚାଷି, ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଯୋଗଦେଇ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ସମୀର ମୁଦୁଲୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।