ମାଲକାନଗିରି ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ଜିଲ୍ଲା ଆଇନ ସେବା ପ୍ରାଧିକାରଣ ମାଲକାନଗିରି ଆନୁକୂଲ୍ୟରେ ତା ୧/୫/୨୦୧୯ ରିଖ ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଖାଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଳଗୁମା ପରିବର୍ତ୍ତନ ଏନଜିଓ ପରିସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା |

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକାରଣର ସଚିବ ଶ୍ରୀଯୁକ୍ତ ଅମରେଶ ନାୟକ, ମାଲକାନଗିରି ଜିଲ୍ଲା ସହ ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ, ଶ୍ରମ ନିରକ୍ଷକ ବିଶ୍ୱରଞ୍ଜନ କହର, ସରପଞ୍ଚ ଶ୍ରୀମତୀ ପହଲା ପାଙ୍ଗି, ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ପଣ୍ଡା ବାବୁ, ପରିବର୍ତ୍ତନ ଏନଜିଓ ପରିଚଳକ ଶ୍ରୀଯୁକ୍ତ ପ୍ରଧାନ ବାବୁ ପ୍ରମୁଖ ଉପସ୍ଥିତ ରହି ଶ୍ରମିକଙ୍କ ସକାଶେ ଉଦିଷ୍ଟ ବିଭିନ୍ନ ଆଇନ ସମ୍ପର୍କରେ ବିଶୃତଭାବରେ ଆଲୋଚନା କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ସରକାରଙ୍କ ଦ୍ବାରା ବିଭିନ୍ନ ଯୋଜନା ଯଥା ବାର୍ଦ୍ଧିକ ଭତ୍ତା ,ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ସଚେତନା କରିବା ସଙ୍ଗେ ସଙ୍ଗେ ଆଇନ ସେବା ପ୍ରାଧି କରଣର କାର୍ଯ୍ୟକ୍ରମ ଯେପରି ମାଗଣା ଆଇନ ସେବା,ମଧ୍ୟସ୍ତିତା ଓ ପରସ୍ପର ମିଳାମିଶା ମାଧ୍ୟମରେ ମାମଲାର ସମାଧାନ ଏବଂ ଜାତୀୟ ଆଇନ ସେବା ପ୍ରାଧିକାରଣ ଦ୍ବାରା ପ୍ରଦତ୍ତ ୧୦ଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।

ଅଣ ସଂଘଟିତ ଶ୍ରମିକଙ୍କ ଓଡ଼ିଶା ସାମାଜିକ ସୁରକ୍ଷା ଆଇନ ମୁତାବକ ଉଠା ଦୋକାନୀ ଛୋଟ ବ୍ୟବସାୟ,ରିକ୍ସା ଓ ଅଟୋ ଚଳକ ମୋଚି କୃଷି ଶ୍ରମିକଙ୍କ ମୃତ୍ୟୁ କାଳୀନ ସହାୟତା ,ଦୁର୍ଘଟଣା ଜନିତ ସହାୟତା ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଶ୍ରମିକ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ |

Comments are closed.