Related Contents

କେନ୍ଦ୍ରାପଡାରେ ସାମୁଦ୍ରିକ ବାତ୍ୟା ଫନି ପାଇଁ ହାଇ ଆଲର୍ଟ ଜାରି କଲା ପ୍ରଶାସନ

କେନ୍ଦ୍ରାପଡ଼ା( ଓଡିଶା ନ୍ୟୁଜ୨୪): ଆସନ୍ନ ସାମୁଦ୍ରିକ ବାତ୍ୟା ‘ଫୋନି’ ପ୍ରତି ସତର୍କ ରହିବାକୁ ପରାମର୍ଶ ସହିତ କେନ୍ଦ୍ରାପଡ଼ା ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି ।

ରିଲିଫ୍ ଏବଂ ଉଦ୍ଧାର କାର୍ୟ୍ୟ ନିମନ୍ତେ ପ୍ରସ୍ତୁତ ରହିବାକୁ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳ ଜରୁରୀ ବୈଠକ ଡକାଇଥିଲେ । ରିଲିଫ୍ ଓ ଉଦ୍ଧାର କାର୍ୟ୍ୟ ସୁଗମ ହେବା ନିମନ୍ତେ କେନ୍ଦ୍ରାପଡ଼ାର ୪ ଜଣ ପୂର୍ବତନ ଜିଲ୍ଲାପାଳ ଆସି ଜିଲ୍ଲା ମୁଖ୍ୟାଳୟରେ ଡେରା ପକାଇବେ ବୋଲି ଜିଲ୍ଲାପାଳଙ୍କ ନିକଟରୁ ସୁଚନା ମିଳିଛି ଜଣାପଡ଼ିଛି ।

ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ୪ ରୁ ୫ ମିଟର ଜୁଆର ଆସିବାର ଆଶଙ୍କା କରାଯାଉଥିବାରୁ ସତର୍କତା ପଦକ୍ଷେପ ସ୍ୱରୂପ ନିପାଣିଆ ବତିଘର, ଟଙ୍ଗଣି, ତାଳଚୁଆ, ଡାଙ୍ଗମାଳ, ମାର୍କଣ୍ଡଗୁଡ଼ା ଏବଂ ଗୁପ୍ତି ଆଦି ସ୍ଥାନରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ । ପ୍ରାୟ ୭୩୬୨ ଜଣ ମତ୍ସ୍ୟଜୀବୀଙ୍କୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଉଛି ।

Comments are closed.