Related Contents

ମହାରାଷ୍ଟ୍ରରେ ମାଓବାଦୀଙ୍କ ବିସ୍ଫୋରଣରେ ୧୫ଜବାନ ସହିଦ

ମହାରାଷ୍ଟ୍ର (ଓଡିଶା ନ୍ୟୁଜ୨୪): ମହାରାଷ୍ଟ୍ରର ଗଢ଼ଚିରୌଲୀରେ ମାଓବାଦୀମାନଙ୍କଦ୍ଵାରା ଦୁଇଟି ପୁଲିସର ଗାଡ଼ି ଉପରେ IED ଜରିଆରେ କରାଯାଇଥିବା ଆକ୍ରମଣରେ ୧୫ ଯବାନ ଶହୀଦ ହେବାର ଖବର ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ଦୁଇଟି ଗାଡ଼ିରେ ପ୍ରାୟତଃ ୨୫ ଜବାନ ପେଟ୍ରୋଲିଙ୍ଗ ପାଇଁ ବାହାରିଥିବା ସମୟରେ ଏହି ଘଟଣା ଘଟିଛି | ସୂଚନା ଥାଉକି, ଗତ ମାସରେ ଛତିଶଗଡ଼ର ଦନ୍ତେୱାଡ଼ାରେ ଲୋକସଭା ନିର୍ବାଚନ ପ୍ରଥମ ଚରଣର ଭୋଟିଂର କେବଳ ୩୬ ଘଣ୍ଟା ପୂର୍ବରୁ ମାଓବାଦୀମାନେ ବଡ଼ ଆକ୍ରମଣ କରିଥିଲେ । ମାଓବାଦୀମାନେ ଦନ୍ତେୱାଡ଼ାର କୁଆଂକୋଣ୍ଡା ଥାନା କ୍ଷେତ୍ରର ଶ୍ୟାମଗିରୀରେ ବିଜେପିର କାଫିଲାକୁ ଉପରେ ଆକ୍ରମଣ କରିଥିଲେ ଏବଂ IED ବିଷ୍ପୋରଣ କରିଥିଲେ । ଏହି ଆକ୍ରମଣରେ ବିଜେପି ବିଧାୟକ ଭୀମା ମଣ୍ଡାବୀଙ୍କ ସମେତ ପାଞ୍ଚଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।

Comments are closed.