ସମ୍ଭାବ୍ୟ ବାତ୍ୟା ଫନି ପାଇଁ ବାତିଲ ହେଲା ୭୪ ଟ୍ରେନ

ଭୁବନେଶ୍ୱର(ଓଡ଼ିଶା ନ୍ୟୁଜ୨୪): ସମ୍ଭାବ୍ୟ ବାତ୍ୟା ଫୋନି ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହାୱଡା- ବିଜୟନଗରମ୍‌ ମଧ୍ୟରେ ଚଳାଚଳ କରୁଥିବା ୭୪ ଟ୍ରେନ ବାତିଲ କରି ଦିଆଯାଇଛି ।

ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି । କାଲି ସଂଧ୍ୟାରୁ ଭଦ୍ରକ-ବିଜୟନଗରମ ମଧ୍ୟରେ ରେଳ ଚଳାଚଳ ସ୍ଥଗିତ ରହିବ । ଏପରିକି ଭୁବନେଶ୍ୱର ଓ ପୁରୀ ଅଭିମୁଖେ ଆସୁଥିବା ସବୁ ଟ୍ରେନ୍ ସ୍ଥଗିତ ରହିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।

ପ୍ରମୁଖ ଦୂରଗାମୀ ଟ୍ରେନ ମଧ୍ୟରେ ହାଓ୍ୱଡ଼ା-ଇଷ୍ଟକୋଷ୍ଟ କୋରୋମଣ୍ଡଳ ଏକ୍ସପ୍ରେସ ବାତିଲ୍ ହୋଇଛି । ହାଓ୍ୱଡ଼ାରୁ ପୁରୀ, ବାଙ୍ଗାଲୋର, ଚେନ୍ନାଇ, ସିକନ୍ଦରାବାଦ ଯିବାକୁ ଥିବା ଟ୍ରେନ୍ ବାତିଲ୍ ହୋଇଛି । କେବଳ ୨ ତାରିଖ ନୁହେଁ, ୩ରେ ଭୁବନେଶ୍ୱର ଓ ପୁରୀରୁ ଯିବାକୁ ଥିବା ସମସ୍ତ ଟ୍ରେନ୍‌କୁ ମଧ୍ୟ ବାତିଲ୍ କରି ଦିଆଯାଇଛି ।

Comments are closed.