Related Contents

“ଫନି” ର ମୁକାବିଲା ପାଇଁ ଯାଜପୁର ଜିଲ୍ଲାପାଳଙ୍କ ପ୍ରସ୍ତୁତ ବୈଠକ

ଯାଜପୁର(ସତ୍ୟଜିତ ବାରିକ): ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ସାମୁଦ୍ରିକ ଝଡ଼ ଫନିର ମୁକାବିଲା କରିବାକୁ ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ କାଳୀନ ବୈଠକ ଡକାଯାଇଛି ।

ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସମସ୍ତ ବ୍ଲକ ପାଇଁ ଜଣେ ଜଣେ ନୋଡାଲ ଅଫିସର ନିଯୁକ୍ତି ସହ ବାତ୍ୟା ଆଶ୍ରୟ ସ୍ଥଳୀଗୁଡ଼ିକରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ଚୁଡ଼ା, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଫନିର ପ୍ରଭାବରେ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ତେଣୁ ରିଲିଫ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାନୀୟ ଜଳ ପାଇଁ ଟ୍ୟାଙ୍କର ମହଜୁଦ ରଖିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଲୋକମାନଙ୍‌କୁ ସତର୍କ ଓ ସଚେତନ କରିବା ଲାଗି ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅପରାହ୍ନରେ ଆରଡିସିଙ୍କ ଅଧ୍ୟକ୍ଷତାରେ ଆଉ ଏକ ପ୍ରସ୍ତୁତି ବୈଠକ ବସିବ ବୋଲି ସୂଚନା ମିଳିଛି ।

Comments are closed.