Related Contents

ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିରାଣୀ ଲାଞ୍ଚ ନେବା ଅଭିଯୋଗ

ବୈପାରୀଗୁଡା(ଏନ.ସନ୍ତୋଷ): ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଞ୍ଚ କାରବାର ଜୋରସୋର ଚାଲିଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି |

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଧିକାରୀ ଡାକ୍ତର ସୁଜିତ ପରିଡାଙ୍କୁ କାର୍ଯ୍ୟରତ କିରାଣୀ ଶ୍ରୀଧର ହୋତାଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ମହିଳା ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଆଣିଛନ୍ତି | ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କ ଦରମା ପାଇଁ ବିଭିନ୍ନ ପ୍ରକାର କାଗଜପତ୍ର କାର୍ଯ୍ୟ କିରାଣୀଙ୍କ ପାଖରେ ଥିବା ସୁଯୋଗ ନେଇ ସମସ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ କିରାଣୀ ହୋତା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି | ଏହି ଘଟଣାର ତଦନ୍ତ କରି ପ୍ରମାଣ ସହ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଠାଯିବ ଏବଂ ସତ୍ୟତାକୁ ସାମ୍ନାକୁ ଆସିବା ଆବଶ୍ୟକ ବୋଲି ଡାକ୍ତର ପରିଡା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି | ସୂଚନା ଥାଉକି ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ୨୭ଟି ସବ ସେଣ୍ଟର ରେ ମୋଟ ୨୯ଜଣ ମହିଳା ଓ ୯ଜଣ ପୁରୁଷ ସ୍ୱାସ୍ଥ୍ୟ କର୍ମଚାରୀ କାର୍ଯ୍ୟରତ ଅଛନ୍ତି | ଗୋଷ୍ଠୀ କେନ୍ଦ୍ରରେ ଲାଞ୍ଚ କାରବାର ଘଟଣା ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ କରିଛନ୍ତି |

Comments are closed.