Friday, March 29, 2024

Top 5 This Week

Related Posts

ବ୍ରାହ୍ମଣ ସାହି ନଦିଘାଟ ହୋଇଛି ଖୋଲା ମଦ ବାର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୦୫) : କାଶୀନଗର ବସ ଷ୍ଟାଣ୍ଡ ରୁ ୧୦୦ ମିଟର ଦୂର ରେ ବଂଶଧାରା ନଦୀ ଘାଟ ରହିଛି । ବ୍ରାହ୍ମଣ ସାହି ଦେଇ ଦୈନିକ ବଜାର କୁ ପ୍ରତ୍ୟେକ ଲୋକ ଯିବା ଆସିବା କରନ୍ତି । ବର୍ତ୍ତମାନ ଏହି ଘାଟ ଖୋଲା ମଦ ବାର ହୋଇଥିବାରୁ ସାଧାରଣ ଲୋକେ ଯିବା ଆସିବାରେ ଅନ୍ତରାୟ ସୃଷ୍ଟି ହେଉଛି ।

ଖବର ମୁତାବକ କାଶୀନଗର ଠାରେ ଗୋଟିଏ ଠିପି ବନ୍ଦ ମଦ ଦୋକାନ ରହିଛି ଓ ଗୋଟିଏ ବାର ରହିଛି । ବାର ଟି ଫରେଷ୍ଟ ଛକ ଅଞ୍ଚଳ ରେ ରହୁଥିବା ବେଳେ ଠିପି ବନ୍ଦ ମଦ ଦୋକାନ ବସ ଷ୍ଟାଣ୍ଡ ପାଖେ ରହିଛି । ଏକଦା ବ୍ରାହ୍ମଣ ସାହି ଦେଇ କୌଣସି ବ୍ୟକ୍ତି ଚପଲ ପିନ୍ଧି ଚଳପ୍ରଚଳ କରୁ ନଥିଲେ ।

କିନ୍ତୁ ପରିସ୍ଥିତି ବଦଳି ଯାଇଛି ବର୍ତ୍ତମାନ, ଯୁବ ବର୍ଗ ତଥା ଆନ୍ଧ୍ର ରୁ ଯିବା ଆସୁ ଥିବା ବ୍ୟକ୍ତି ଖୋଲାରେ ମଦ ବୋତଲ ଧରି ସର୍ବ ସାଧାରଣ ରାସ୍ତାରେ ଦିନ ୧୦ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ମଦ ଓ ଗ୍ଲାସ୍ ପାଣି ନେଇ ବ୍ରାହ୍ମଣ ସାହି ନାଦିଘାଟ ରେ ବସି ଖୋଲାରେ ମଦ ପିଇ ମାତାଲ୍ ହୋଇ ସାହି ମଧ୍ୟ ଦେଇ ଚାଲି ଚାଲି କିମ୍ବା ମୋଟର ସାଇକେଲ ରେ ଯିବା ଆସିବା କରୁଛନ୍ତି ।

ଯାହା ଫଳରେ ସାହିର ସାଧାରଣ ଲୋକ, ପିଲା ଓ ମହିଳା ମାନେ ସୁରକ୍ଷିତ ମଣୁ ନାହାଁନ୍ତି । ଏଣୁ ପୋଲିସ ଓ ଅବକାରୀ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ସାହିର ବାସିନ୍ଦା ମାନେ ଦାବି କରିଛନ୍ତି । ଏହା ସହ ଭଙ୍ଗା କାଚ ପ୍ଲାଷ୍ଟିକ ଗ୍ଲାସ୍ ନଦୀ ଘାଟରେ ପଡ଼ି ରହୁଥିବାରୁ ଅନେକ ଲୋକ ଆହତ ହୁଅନ୍ତି, ପୁଣି ସେହି ଅଞ୍ଚଳ ରେ ଦୈନିକ ବଜାର ଚାଲୁଛି ଏଣୁ ଏନ୍ ଏ ସି କର୍ତ୍ତୃପକ୍ଷ ମଧ୍ୟ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହୋଇଛି ।

Popular Articles