ଯାତ୍ରୀବାହୀ ବସ୍‌ ଓଲଟି ୧୧ ଜଣ ଯାତ୍ରୀ ଆହତ

କେନ୍ଦୁଝର (ଓଡିଶା ନ୍ୟୁଜ୨୪): କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କଣ୍ଡରା ନିକଟରେ ଆଜି ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଏଥିରେ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ‘ରଥଯାତ୍ରା’ ନାମକ ଏହି ବସ୍‌ଟି ବଡ଼ବିଲରୁ କେନ୍ଦୁଝର ଆସୁଥିଲା । ତେବେ କଣ୍ଡରା ନିକଟରେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

Comments are closed.