Friday, March 29, 2024

Top 5 This Week

Related Posts

ପ୍ରଖ୍ୟାତ ଏଣ୍ଡୋକ୍ରୋ୍ନୋଲୋଜିଷ୍ଟ ଡାଃ ସୁନୀଲ କୁମାର କୋଟା ଙ୍କ ପରାମର୍ଶ ବୈଠକ ଅନୁଷ୍ଠିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୫) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ର ଉଦ୍ୟମ କ୍ରମେ ଆଜି ଓଡିଶା ର ପ୍ରଖ୍ୟାତ ଏଣ୍ଡୋକ୍ରୋ୍ନୋଲୋଜିଷ୍ଟ ଡଃ ସୁନୀଲ କୁମାର କୋଟା ଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ ଜିଲ୍ଲା ଗ୍ରନ୍ଥାଳୟ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜୀବନ ଚର୍ଯ୍ୟା ଉପରେ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା l

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ସଭାପତିତ୍ୱ କରି ସମସ୍ତଙ୍କୁ ଉପଯୁକ୍ତ ସନ୍ତୁଳିତ ଆହାର ନେବା ସହିତ ପ୍ରତିଦିନ ବ୍ୟାୟାମ, ଯୋଗ, ପ୍ରାଣାୟାମ କରିବା ପାଇଁ ଉପଦେଶ ଦେଇଥିଲେ l ପ୍ରଖ୍ୟାତ ଏଣ୍ଡୋକ୍ରୋ୍ନୋଲୋଜିଷ୍ଟ ଡଃ କୋଟା ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଲାଇଫ ଷ୍ଟାଇଲ ଡିଜିଜ ଯଥା ବ୍ଲଡ୍ ପ୍ରେସର, ମଧୁମେହ ଏବଂ ଥ୍ୟାରୋଏଡ଼ ଇତ୍ୟାଦି ରୋଗରୁ କିଭଳି ରକ୍ଷା ପାଇହେବ ତା’ ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ l

ଡାକ୍ତରଙ୍କ ସହ ଆସିଥିବା ସହକର୍ମୀ ମାନେ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ବ୍ଲଡ୍ ପ୍ରେସର୍, ସୁଗାର ଓ ଥ୍ୟାରୋଏଡ଼ ଟେଷ୍ଟ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନିଶିପୁନମ ମିଞ୍ଜ , ପିଡି ଡିଆରଡିଏ ଡ଼ୋଲାମଣୀ ପଟେଲ୍, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ l ସେହିପରି ଜିଲ୍ଲା ଗ୍ରନ୍ଥାଳୟରେ ପାଠକ ପାଠିକା ମାନଙ୍କୁ ନେଇ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା l

ଯୁବବର୍ଗ କିଭଳି ଭାବେ ଉଭୟ ଶାରୀରିକ ଓ ମାନସିକ ଚାପକୁ ପରାହତ କରି ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳ ହୋଇ ପାରିବେ ସେ ବିଷୟରେ ଡଃ କୋଟା ପ୍ରାଞ୍ଜଳ ଭାବେ ବୁଝାଇଥିଲେ l ଏହା ସହିତ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ l ଡେପୁଟି କଲେକ୍ଟର ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ ଉପସ୍ଥିତ ଥିଲେ l

କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଗ୍ରନ୍ଥାଳୟ ର ଲାଇବ୍ରେରୀଆନ ବିଦ୍ୟାପତି ପଣ୍ଡା, କର୍ମଚାରୀ ବିନୋଦ କିଶୋର ଦାନୀ, ସୁଦେ ସୁନା ପ୍ରମୁଖ ସହଯୋଗ କରିଥିଲେ l ଯୁବ ପାଠକ ମାନଙ୍କ ପାଇଁ ଏହି ପରାମର୍ଶ ବୈଠକ ବହୁତ ଉପଯୋଗୀ ହୋଇଥିଲା l

Popular Articles