Related Contents

ଓଲିଉଡ଼ ଅଭିନେତା ତଥା ବିଜେଡି ନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ

କଟକ (ଓଡ଼ିଶା ନ୍ୟୁଜ୨୪): ଓଲିଉଡ଼ ଅଭିନେତା ତଥା ବିଜେଡିର ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିଛି ହତ୍ୟା ଧମକ । ଜଣେ ଅଜଣା ବ୍ୟକ୍ତି ହ୍ୱାଟ୍ସଆପ୍‌ରେ ମେସେଜ୍ କରି ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛି ।

ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ୧୦ ଲକ୍ଷ ଟଙ୍କା ମାଗିଛି ଓ ଟଙ୍କା ନ ଦେଲେ ହତ୍ୟା କରିବ ବୋଲି କହିଛି । ଏ ନେଇ ଅନୁଭବ ମହାନ୍ତି ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି । ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଅନୁଭବ ମହାନ୍ତି ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ।

Comments are closed.