Thursday, March 28, 2024

Top 5 This Week

Related Posts

କାର୍ଯ୍ୟକାରୀ ହେଉନି ଆଶୀର୍ବାଦ ଯୋଜନା : କୋଭିଡ ମୃତ୍ୟୁ ପରେ ପରିବାର ବର୍ଗଙ୍କୁ ପ୍ରଶାସନିକ ଅବହେଳା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୨୪/୦୫) : କାର୍ଯ୍ୟକାରୀ ହେଉନି ଆଶୀର୍ବାଦ ଯୋଜନା ! ବଲାଙ୍ଗୀର ଜିଲ୍ଲାରେ କୋଭିଡ ଆକ୍ରାନ୍ତ ହୋଇ ପରିବାର ର ମୁଖ୍ୟ ରୋଜଗାର କ୍ଷମ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି ପରିବାର ଲୋକେ ।

ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ସବ୍ଡିଭିଜନ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ର ପଣ୍ଡରିପାଣି ଗ୍ରାମ ର ଗୁଆଲୁ ନାଗ ଗତ ତା ୧୦/୦୫/୨୦୨୧ ରିଖ ଦିନ କୋଭିଡ ଆକ୍ରାନ୍ତ ହୋଇ ବଲାଙ୍ଗୀର ଜିଲ୍ଲା କୋଭିଡ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ହେଲେ ଆଶୀର୍ବାଦ ଯୋଜନା ର ଲାଭ ତାଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହେଉନି ।

କୋଭିଡ ଭୁତାଣୁରେ ସଂକ୍ରମିତ ହୋଇ ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ କୌଶଲ୍ୟା ନାଗ (ବ-୩୮) ଦୁଇଟି ଛୋଟ ଝିଅ ଓ ଦୁଇଟି ଛୋଟ ପୁଅ ସହ ବୃଦ୍ଧା ମାଆ ଟିଏ ଘରେ ଅଛନ୍ତି । ପରିବାରରେ ଅନ୍ୟ କେହି ରୋଜଗାର କ୍ଷମ ବ୍ୟକ୍ତି ଅବା ଚାଷ ଜମି ପରି କିଛି ଆୟ ର ପନ୍ଥା ନ ଥିବା ବେଳେ ଏବେ ପରିବାର ର ବୋଝ ଶ୍ରୀମତୀ କୌଶଲ୍ୟା ନାଗଙ୍କ ଉପରେ ରହିଛି । ଏଭଳି ସ୍ଥିତିରେ ସେ ଚାରି ସନ୍ତାନ ଙ୍କୁ ପାଠ ପଢେଇବା ସହ ତାଙ୍କ ଭରଣ ପୋଷଣ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇଯାଇଛି । ସରକାରୀ ନିୟମାନୁସାରେ କୋଭିଡରେ ମୃତ୍ୟୁ ବରଣ କରିବା ବ୍ୟକ୍ତି ଙ୍କ ସନ୍ତାନ ଙ୍କୁ ମାସିକ ଭତ୍ତା ବା ସହାୟତା ରାଶି ପ୍ରଦାନ ସହ ମାଗଣାରେ ଶିକ୍ଷାଦାନ ବ୍ୟବସ୍ଥା ତଥା କୋଭିଡ ମୃତ୍ୟୁ ସହାୟତା ରାଶି ପ୍ରଦାନ ବ୍ୟବସ୍ଥା ଥାଇ ସେସବୁ ଯୋଜନା କାର୍ଯ୍ୟକାରୀ ହୋଇ ପାରିନାହିଁ ।

ଅପରପକ୍ଷେ ସ୍ୱାମୀ ଙ୍କ ମୃତ୍ୟୁ ପରେ ମିଳୁଥିବା ମାସିକ ବିଧବା ଭତ୍ତା ତଥା ପ୍ରଦାନ କରାଯାଉଥିବା ୨୦ ହଜାର ଟଙ୍କା ର ବିଧବା ସହାୟତା ରାଶି ନିମନ୍ତେ ବଙ୍ଗୋମୁଣ୍ଡା ବ୍ଲକରେ ବାରମ୍ବାର ଆବେଦନ ନିବେଦନ କରିବା ସହ ସମସ୍ତ କାଗଜପତ୍ର ଦାଖଲ କରି ସୁଦ୍ଧା ଉକ୍ତ ଯୋଜନା କାର୍ଯ୍ୟକାରୀ କରାଯାଉନି । ଏପରି ସ୍ଥିତିରେ କୌଶଲ୍ୟା ଓ ତାଙ୍କର ପରିବାର ଲୋକଙ୍କୁ କିଭଳି ସରକାରୀ ସହାୟତା ପ୍ରଦାନ କରାଯିବ ସେ ନେଇ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।

Popular Articles