Related Contents

ଦୋରାପୁଟ ଅଙ୍ଗନବାଡ଼ି ଗୃହ ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ?

ବୈପାରୀଗୁଡା(ଏନ.ସନ୍ତୋଷ): ଗ୍ରାମାଞ୍ଚଳ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ତିଆରି ହେଉଛି | ଏଥିରେ ଛୋଟ ପିଲାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ଅଙ୍ଗନବାଡ଼ି କେନ୍ଦ୍ର ଖାଲାଯାଉଛି | କିନ୍ତୁ ଛୋଟ ପିଲା ଏଥିରୁ ବଂଚିତ ହୋଇ ବିକାଶ ଠାରୁ ବହୁ ଦୂରରେ ରହୁଥିବା ପରି ଜଣାପଡୁଛି |

ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ ଦଶମନ୍ତପୁର ପଞ୍ଚାୟତ ଅନ୍ତର୍ଗତ ଦୋରାପୁଟ ଅଙ୍ଗନବାଡ଼ି କେନ୍ଦ୍ରରେ | ଏଠାରେ ଗତ ଚାରି ବର୍ଷ ପୂର୍ବେ ଏକ ଅଙ୍ଗନବାଡ଼ି କେନ୍ଦ୍ରର ଆବଶ୍ୟକତା ମନେକରି ସରକାର ଅଙ୍ଗନବାଡ଼ି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ | କିନ୍ତୁ ତାହା ଏପର୍ଯ୍ୟନ୍ତ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ | ଏହି ବିଷୟରେ ସ୍ଥାନୀୟ ସିଡିପିଓ ସୁରମା ମହାପାତ୍ରଙ୍କଦୃଷ୍ଟିକୁ ଆଣିବାରୁ ସେ କହିଲେ ଯେ ନିର୍ମାଣ କାର୍ଯ୍ୟ ବିଡିଓଙ୍କର କିନ୍ତୁ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ରରେ ଆମର ସମସ୍ତ ସୁବିଧା ପିଲାଙ୍କୁ ଦିଆଯାଉଛି |

ପରେ ବୈପାରୀଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଜନୀ କାନ୍ତ ଦାଶଙ୍କୁ ପଚାରିବାରୁ ସେ କହିଲେ ଯେ ଦୋରାପୁଟ ଅଙ୍ଗନବାଡ଼ି ଗୃହ ନିର୍ମାଣ କାର୍ଯ୍ୟ ଚାଲୁରହିଛି ଆଉ ମାତ୍ର ପନ୍ଦର ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରି ସିଡିପିଓଙ୍କୁ ହସ୍ତାନ୍ତର କରାଯିବ | ଦୋରାପୁଟ ଅଂଚଳବାସୀ କେବେ ଏହି ଅଙ୍ଗନବାଡ଼ି କେନ୍ଦ୍ରର ଲାଭ ନେବେ ତାହା ଦେଖିବାକୁ ବାକି ରହିଲା |

Comments are closed.