ବିବାହ ଭୋଜି ଖାଇ ୨୦ରୁ ଅଧିକ ଅସୁସ୍ଥ

କର୍ଲାମୁଣ୍ଡା (ହିରୋଜ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୁର ଗାଁରେ ବିବାହ ଭୋଜି ଖାଇ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ଅଭିଯୋଗ ହୋଇଛି |

ସମସ୍ତେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି | କେତେ ଜଣଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି | ସୂଚନା ମତେ ଆଜି ମଧ୍ୟାହ୍ନରେ ରାଜପୁର ଗାଁର ଜଣେ ବ୍ୟକ୍ତି ଝିଅ ବାହାଘର ପାଇଁ ଭୋଜି ଦେଇଥିଲେ | ଭୋଜି ଖାଇବା ପରେ ପ୍ରାୟ ଅନେକ ଲୋକ ପେଟ ଯନ୍ତ୍ରଣା ଅନୁଭବ କରିଥିଲେ | ପରେ ସମସ୍ତେ ଝାଡାବାନ୍ତିର ଶିକାର ହୋଇଥିଲେ | ଧୀରେ ଧୀରେ ଗାଁର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା | ସମସ୍ତ ଆକ୍ରାନ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିଲା |

Comments are closed.