Related Contents

ବିଦ୍ୟୁତ ଆଘାତରେ ମହିଳା ମୃତ- ବିନିକା

ବିନିକା (ଧ୍ରୁବରାଜ ମିଶ୍ର): ବିନିକା ବ୍ଲକ ଫୁଲମୁଠି ଗାଁରେ ୧୧କେଭି ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟ ହୋଇଯାଇଛି |

ଘଟଣାରୁ ପ୍ରକାଶ ଯେ ଉକ୍ତ ଗାଁର ସନ୍ଧିଆ ନାଏକ (୬୦) ଚୌକି ଜୋରକୁ ଗାଧୋଇବାକୁ ଯାଉଥିବା ବେଲେ ଆଗରୁ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ଚାଷଜମି ପଡିଥିଲା | ଏଥିରେ ସନ୍ଧିଆ ଲାଗି ଯାଇଥିଲେ ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା | ଏ ବିଷୟରେ ପୁଲିସ ଏକ ମକଦ୍ଦମା ରୁଜୁ କରିଛି | ପରେ ବିନିକା ଡାକ୍ତରଖାନାରେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରଯାଇଛି | ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଦିଆଯିବ ବୋଲି ପରିବାର ଲୋକଙ୍କୁ କୁହାଯାଇଛି |

Comments are closed.