Friday, March 29, 2024

Top 5 This Week

Related Posts

ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଓ ତୁଳିକା ରଥ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୦୫) : ଆଜି କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

ଖବର ରୁ ଜଣା ଯାଇଛି କି କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ପାର୍ଥ ସାରଥି ବେହେରା ଓ ଡ଼ା ତୁଲିକା ରଥ ଙ୍କୁ ଗୋଷ୍ଠୀ କେନ୍ଦ୍ର ର କର୍ମଚାରୀ ମାନଙ୍କ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଡ଼ା ବେହେରା ସ୍ନାତକୋତ୍ତର ପାଇଁ ଚାଲି ଯାଉ ଥିବା ବେଳେ ତୂଳିକା ଙ୍କୁ ବଦଳି ହୋଇଯାଇଛି । ଉଭୟେ ଏହି ହସ୍ପିଟାଲ ରେ ଭଲ ଚିକିତ୍ସା କରୁଥିଲେ । ସେମାନେ ଚାଲିଯିବା ପରେ ଏବେ ଡ଼ାକ୍ତର ଙ୍କ ଅଭାବ ପରିଲକ୍ଷିତ ହୋଇଛି ।

Popular Articles