ମୁରିବାହାଲରେ ଅଗ୍ନି ବର୍ଷା ସାଙ୍ଗକୁ ବିଦ୍ୟୁତ ବିଭାଗର ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଲୋକେ ହନ୍ତସନ୍ତ

ମୁରିବାହାଲ(ଭଗବାନ ମହାନ୍ତି/ନିମାଇଁ ବଘାର): ଗତକିଛି ଦିନ ହେଲା ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ର ୨୨ଟି ପଂଚାୟତରେ ପ୍ରଚଣ୍ଡ ରୌଦ୍ରତାପ ବୃଦ୍ଧି ପାଇବାରେ ଲାଗିଛି | ଫଳରେ ଅଗ୍ନିଵର୍ଷା ସଦୃଶ୍ୟ ଅସହ୍ୟ ଗରମ ଅନୁଭୂତ ହେଉଥିବା ଯୋଗୁଁ ଦିନ ୧୦ଟା ପରେ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡିଛି |

ପ୍ରଚଣ୍ଡ ରୋୖଦ୍ରତାପ ବୃଦ୍ଧି ଯୋଗୁଁ ଦିନକୁ ଦିନ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପାରଦ ୪୨ରୁ ୪୫ ଡିଗ୍ରୀ ଛୁଇଁ ଯାଉଛି | ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଦିନ ୧୧ଟାରୁ ୫ ତା ପର୍ଯ୍ୟନ୍ତ ରାସ୍ତା ଘାଟ ଶୂନଶାନ ହେବ ସହ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇଯାଇଛି | ନଈନାଳ ଶୁଖିଯାଇଥିବା ବେଳେ ନଳକୂପ ମାନଙ୍କରେ ମଧ୍ୟ କାମ ପାଣି ବାହାରୁଛି | ଗ୍ରାମାଞ୍ଚଳରେ ପୋଖରୀ ମାନେ ଶୁଖିଯିବାରୁ ପ୍ରାୟ ନଳକୂପ ଉପରେ ନିର୍ଭର କରୁଛନ୍ତି | ଅତି ଜରୁରୀ କାମ ନ ଥିଲେ ଲୋକେ ପାଣି ଟିକକ ପାଇଁ ଡହଳ ବିକଳ ହେଉଛନ୍ତି | ଗରମ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଛତା, ଟୋପି ଓ ଗାମୁଛାର ସାହାରା ନେଉଛନ୍ତି |

ତରଭୁଜ ଦହି ସରବତ ଆଖୁ ରସ ଆଇସକ୍ରିମ ଚାହିଦା ବଢିଛି | ଏହି ଗରମ ସମୟରେ ବିଦ୍ୟୁତ ବିଭାଗ ଦ୍ୱାରା ଅନେକ ସମୟରେ ଅଘୋଷିତ ବିଦ୍ୟୁତ କଟା ଯୋଗୁଁ ଓ ଲୋ ଭୋଲ୍ଟେଜ ଯୋଗୁଁ ଲୋକଙ୍କ ଅବସ୍ଥା ଆହୁରି ଦୁର୍ବିସହ ହୋଇପଡୁଛି | ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଦେଉଛି |

Comments are closed.