Related Contents

ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ତ୍ରିଲୋଚନ ତରିଆଙ୍କୁ ଗୁଳି କରି ହତ୍ୟା କଲେ ନକ୍ସଲ

ଖପ୍ରାଖୋଲ(ଭୋଜରାଜ ବରିହା): ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନକ୍ସଲ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ଖୁରିପାଣି ଗାଁରେ ଘଟିଛି ଏ ଘଟଣା ।

ମୃତ ବ୍ୟକ୍ତିଙ୍କ ନାଁ ତ୍ରିଲୋଚନ ତରିଆ(୪୫) ।ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ବେଳେ ୨୦ରୁ ୨୫ଜଣ ନକ୍ସଲ ଗାଁକୁ ଆସିଥିଲେ । ସେମାନେ ତ୍ରିଲୋଚନଙ୍କୁ ଘରୁ ଡାକି ନେଇଥିଲେ । ଗାଁ ମଝିରେ ତାଙ୍କ ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ତା’ ପରେ ସେମାନେ ତାଙ୍କୁ ଗୁଳି କରି ମାରି ଦେଇଥିଲେ । ମୃତଦେହ ଉପରେ ନକ୍ସଲମାନେ ଏକ ହାତଲେଖା ଚିଠି ଛାଡ଼ି ଯାଇଥିଲେ । ତ୍ରିଲୋଚନ ପୁଲିସ୍‌ ଇନ୍‌ଫର୍ମର ଭାବରେ କାମ କରୁଥିବାରୁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ଏଥିରେ ଲେଖାଯାଇଥିଲା । ଏଥିରେ ଗାଁର ଆଉ କିଛି ଲୋକଙ୍କ ନାଁ ବି ଲେଖାଯାଇଥିଲା । ସେମାନଙ୍କୁ ସୁଧୁରି ଯିବା ପାଇଁ ନକ୍ସଲ ମାନେ ଚେତାବନୀ ଦେଇଛନ୍ତି ।

Comments are closed.