Related Contents

ଆଗଲପୁର ବ୍ଲକରେ ନକ୍ସଲ ପୋଷ୍ଟର, ମଠ ମହନ୍ତ ଜୀବନ ପ୍ରତି ବିପଦ ଓ ଗାଁ ଲୋକେ ଆତଙ୍କ

ଆଗଲପୁର(ମାଧବ ସାହୁ): ଆଜି ସକାଳେ ବଲାଙ୍ଗୀର ଜିଲ୍ଲା ନୁଁନିଆପାଲି ପଞ୍ଚାୟତ ଝଙ୍କାର ପାଳିରେ ଥିବା ଏକ ମଠରେ କିଛି ନକ୍ସଲ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଥିବା ସୂଚନା ମିଳିଥିଲା | ସୂଚନା ପାଇଁ ଆମ ପ୍ରତିନିଧି ଖବର ସଂଗ୍ରହ କରି ଅନୁସନ୍ଧାନ କରି ଜଣାପଡିଲା ଯେ ନକ୍ସଲ ନାଁ ରେ କେହି ଜଣେ ପୋଷ୍ଟର ମାରିଛି |

ପୋଷ୍ଟରରେ ସେ ମଠ ମହନ୍ତଙ୍କୁ ଗାଁ ଛାଡି ଚାଲିଯିବାକୁ ଧମକ ଦେଇଛି ନ ହେଲେ ଜୀବନରେ ମାରିଦେବାକୁ ମଧ୍ୟ ଲେଖାଯାଇଛି | ଆହୁରି ମଧ୍ୟ ଯେ ସମସ୍ତ ଝାଙ୍କର ପାଳି ଗ୍ରାମର ଲୋକଙ୍କୁ ଧମକ ଦେଇ ଲେଖାଯାଇଛି ଯେ ଯଦି ଗାଁ ର ଭଲ ଚାଁହୁଛନ୍ତି ତାହେଲେ ସେ ମଠ ବାବାଙ୍କୁ ଗାଁ ରୁ ବାହାର କରିଦିଅ ନଚେତ ଗାଁ ର ସମସ୍ତେ ବିପଦରେ ପଡିବ |

ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ନୁଁନିଆପାଲି ଗ୍ରାମ ପଞ୍ଚାୟତ ସ୍ଥିତ ଝାଙ୍କର ପାଳି ଗ୍ରାମଠାରେ ଏକ ମଠ ଅବସ୍ଥିତ | ଏହି ମଠ ପ୍ରାୟ ୨୦/୨୫ବର୍ଷ ହେବ ଜଣେ ମହନ୍ତ ମହାରାଜ ଅଛନ୍ତି| ତାଙ୍କ ନାମ ସୃତିଖଣ୍ଡ ଦାସ ମହାରାଜ | ସେ ୨୦୦୫ ମସିହାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି | ମଠର ସମ୍ପତ୍ତି ପ୍ରାୟ ୫୦ଏକର ଜମି ଥିବାର ମହାରାଜ ପ୍ରକାଶ କରିଛନ୍ତି | ଝାଙ୍କର ପାଳି ଗ୍ରାମର ରିପୁମର୍ଦନ ସାହୁ ସବୁ ସମ୍ପତ୍ତି ହାତେଇବା ପାଇଁ ନିଜ ନାମରେ ରଖିବା ପାଇଁ ଏସବୁ କରିଛି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି | ନକ୍ସଲ ପୋଷ୍ଟର ୩ଟି ସ୍ଥାନରେ ଛପା ହୋଇଛି | ଗ୍ରାମର ଅଙ୍ଗନବାଡି ଗୃହ ଠାରେ, ଗ୍ରାମ ଏ/ବି ସାଇଡ ଦୁଇ ପାର୍ଶ୍ୱରେ ଛାପ ହୋଇଥିବାର ଦେଖିବାକୁ ମିଳିଛି |

ଖବର ପାଇଁ ସାଲେଭଟା ପୋଲିସ ବିନା ୟୁନିଫର୍ମ ରେ ଆସି ସବୁ ପୋଷ୍ଟର ଖୋଲି ନେଇଥିଲେ | ଅନ୍ୟପଟେ ମଠର ମହନ୍ତ ମହାରାଜ ନିଜ ଜୀବନ ପ୍ରତି ବିପଦ ଥିବା ପୋଲିସକୁ ପ୍ରକାଶ କରିଛନ୍ତି |

Comments are closed.