Related Contents

ଜୀବନକୁ ବାଜି ଲଗାଇ ବୁଢ଼ା ଗଛ ତଳେ କାମ ଚଳେଇଛନ୍ତି ଦୋକାନି

ରାୟଗଡା ଜିଲ୍ଲା (ଅକ୍ଷୟ କୁମାର ପିଡିସିକା): ରାୟଗଡ଼ା ବ୍ଳକ ଅନ୍ତର୍ଗତ କୋମଟାଲପେଟା ଗ୍ରାମପଞ୍ଚାୟତର କୋମଟାଲପେଟା ର ଏନଏଚ ମୁଖ୍ୟ ରାସ୍ତା ଠାରେ ଜୀବନ ଯାପନ କରିବା ପାଈଁ ପଞ୍ଚାୟତ କମ୍ପ୍ଲେକ୍ସ ନିକଟରେ ବିଭିନ୍ନ ପ୍ରକାରର ବ୍ୟବସାୟ ମାନେ ଦୋକାନ ଦେଇ ଲୋକ ମାନଙ୍କର ସାହାର୍ଯ୍ୟ କରୁଥିବା ବେଳେ ଭୟଙ୍କର ପୁରୁଣା କାଳିଆ ବୁଢ଼ା ଗଛ ଗୁଡ଼ାକ ମରି ଯାଇ ଆଜକୁ ପ୍ରାୟ ତିନି ବର୍ଷ ହେବ ଠିଆ ହୋଇ ରହିଛି |

ସରକାରୀ ବେସରକାରୀ ରାଜନେତା ସେହି ରାସ୍ତା ଦେଇ ବୁଲୁଛନ୍ତି ହେଲେ କାହାଦୃଷ୍ଟି ପଡୁ ନ ଥିବା ଜଣାପଡ଼ିଛି | ଯେତେବେଳେ ବର୍ଷା ବା ପବନ ପ୍ରବଳ ହେଲେ କାହା ଉପରେ ପଡିବ ତାହା ସୀମା ନାହିଁ | ସେତେବେଳେ ହୁଏ ତ ଜିଲ୍ଲା ପ୍ରଶାସନର ନଜର ବା ଜିଲ୍ଲାପାଳ, ଫରେଷ୍ଟ ବିଭାଗର ଅଧିକାରୀ ମାନଙ୍କର ନଜରକୁ ଆସିବ । ବାରମ୍ବାର ଏହି ଗଛ ଗୁଡିକ କାଟିବା ପାଇଁ ସରପଞ୍ଚ ଫରେଷ୍ଟ କର୍ମଚାରୀଙ୍କୁ ଜଣାଇଲେ ମଧ୍ୟ ଗୁରୁତ୍ୱ ଦେଉନାହାଁନ୍ତି | ଏହି ଶୁଖିଲା ଗଛ ତଳେ ପେଟ ପାଇଁ କାମ କରୁଛନ୍ତି କିଛି ବ୍ୟବସାୟୀ ଯଥା ଗେରେଜ, ହୋଟେଲ, ପାନ ଦୋକାନ, ଚା ଦୋକାନ, ଗାଡି ଟାୟାର ଦୋକାନରେ ଅଧିକାଂଶ ଲୋକ ମାନେ ନିଜର କାମ କରୁଥିବା ସମୟରେ ଏହି ଜାଗାରେ ରୁହନ୍ତି | ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିବା ସତ୍ୱେ ମଧ୍ୟ ଏହି ଗଛ ଗୁଡିକୁ କାଟୁନାହାନ୍ତି | ସ୍ଥାନୀୟ ୱେଲା ପ୍ରସାଦ,ଏମ ଡ଼ି ରିୟାଜ ଖାନ, ସନ୍ତସ ପ୍ରଧାନ,ବିରା ଆଚାରୀ, ରାଗବେନ୍ଦ୍ର,ସୁନନ୍ଦା କର୍ଣ, ଲିଙ୍ଗରାଜ ଦିବେଦୀ ଓ ରୟଲ ଫିଲଡ଼ ବାଇକ ଶୋ ରୁମ ମାଲିକ ସମେତ ଆଖପାଖରେ ବ୍ୟବସାୟ କରୁଥିବା ଦୋକାନି ଏବଂ ସେହି ରାସ୍ତାଦେଇ ଚଳୁଥିବା ଲୋକମାନେ କେବେ ସେହି ପୁରୁଣା ଗଛ କାଟି ବିପଦରୁ ମୁକ୍ତ ହେବେ ଅପେକ୍ଷାରେ ଅଛନ୍ତି |

Comments are closed.