Thursday, March 28, 2024

Top 5 This Week

Related Posts

ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏସନ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୨/୫) : ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏନସ ର ବାର୍ଷିକ ସାଧାରଣ ବୈଠକ ଆଜି ପୁରୁଣାକଟକସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 05 22 at 8.57.26 PM 1 ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏସନ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ସମ୍ପାଦକ ଲମ୍ବୋଦର ପୁରୋହିତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଉପସ୍ଥିତ ସଦସ୍ୟ ମାନଙ୍କୁ ସ୍ୱାଗତ କରିଥିଲେ । ସଭାପତି ଯୁଗଳ କିଶୋର ସାମଲ ସଭାରେ ସଭାପତିତ୍ୱ କରିଥିଲେ । ଏହି ବାର୍ଷିକ ସାଧାରଣ ବୈଠକରେ ଅନେକ ସାଙ୍ଗଠନିକ ନିଷ୍ପତ୍ତି ନିଆଯିବା ସହ ଜିଲ୍ଲାରେ କ୍ରିକେଟ ଖେଳ ର ଉନ୍ନତି ପାଇଁ ବିଶଦ୍‌ ଭାବେ ଆଲୋଚନା କରାଯାଇଥିଲା । ଭୈରବୀ କ୍ଲବ ପୁରୁଣାକଟକ ର କର୍ମକର୍ତ୍ତା ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏସନ ର କର୍ମକର୍ତ୍ତାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା କରିବା ସହ କ୍ରିକେଟ ର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ରଖିଥିଲେ ।

ଅନ୍ତରୀଣ କମିଟି ସଦସ୍ୟ ଦିବ୍ୟଶଙ୍କର ରାଉତ, ଉପ-ସଭାପତି ନିରଞ୍ଜନ ମେହେର, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଦୀପ କୁମାର ଡାଙ୍ଗ, ଅଜମତ୍‌ ଖାନ ପ୍ରମୁଖ ମଞ୍ଚାସୀନ ଥିଲେ । ଆଜିର ବୈଠକରେ ଜିଲ୍ଲା କ୍ରିକେଟ ଆସୋସିଏସନ ର ବହୁ ବରିଷ୍ଠ ସଦସ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭାଶେଷରେ ଉପ-ସଭାପତି ନିରଞ୍ଜନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles