ନକ୍ସଲଙ୍କ ବର୍ବର କାଣ୍ଡ, ଠିକାଦାରଙ୍କୁ ଘରୁ ଡ଼ାକିନେଇ ଗୁଳି କରି ହତ୍ୟା

ଫୁଲବାଣୀ (ଓଡିଶା ନ୍ୟୁଜ୨୪): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଲେରପଙ୍ଗା ଗାଁରେ ନକ୍ସଲମାନେ ଜଣେ ଠିକାଦାର କୈଳାସ ଦିଗଲ୍‌ (୪୦)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ନକ୍ସଲମାନେ ତାଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ମାରିବା ପୂର୍ବରୁ ତାଙ୍କ ହାତ ବାନ୍ଧି ଦିଆଯାଇଥିଲା । ଘଟଣାସ୍ଥଳରେ କିଛି ନକ୍ସଲ ପୋଷ୍ଟର ପଡ଼ିଥିଲା । ନକ୍ସଲମାନେ ତାଙ୍କୁ ନିର୍ବାଚନ ପାଇଁ ହତ୍ୟା କଲେ ନା ଏହା ପଛରେ ଆଉ କିଛି କାରଣ ଅଛି, ତାହା ଜଣାପଡ଼ିନି ।

ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ କନ୍ଧମାଳରେ ଏହା ହେଉଛି ନକ୍ସଲଙ୍କର ଦ୍ୱିତୀୟ ହତ୍ୟାକାଣ୍ଡ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଦିନକ ପୂର୍ବରୁ ଅର୍ଥାତ୍ ଏପ୍ରିଲ୍ ୧୭ ତାରିଖରେ ଜିଲ୍ଲାର ଗୋଛାପଡ଼ା ଥାନା ବାରାଲା ଗାଁ ନିକଟରେ ନକ୍ସଲମାନେ ଜଣେ ମହିଳା ପୋଲିଂ କର୍ମଚାରୀସଂଯୁକ୍ତା ଦିଗଲ୍‌ଙ୍କୁ ଗୁଳି କରି ହତ୍ୟା କରିଥିଲେ । ସେହିଦିନ ଜିଲ୍ଲାର ଫିରିଙ୍ଗିଆ ଥାନା ଅଞ୍ଚଳରେ ନକ୍ସଲମାନେ ଏକ ପୋଲିଂ ପାର୍ଟିର ଗାଡ଼ିକୁ ଜାଳି ଦେଇଥିଲେ।

Comments are closed.