ଲାଞ୍ଚ କାରବାର ର ଅଡିଓକୁ ଭିତ୍ତି କରି ଦୁଇ ଫରେଷ୍ଟ କର୍ମଚାରୀଙ୍କୁ ନିଲମ୍ବନ

0
158
ଲାଞ୍ଚ କାରବାର ର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୨୨/୦୫) : ବଲାଙ୍ଗୀର ଜିଲ୍ଲା ର ଫରେଷ୍ଟ ଡିଭିଜନାଲ ଡି ଏଫ୍ ଓ ଏକ ଅଡିଓ ଟେପ ରେ ଲାଞ୍ଚ କାରବାର ର ଅଭିଯୋଗରେ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡ ଙ୍କୁ ନିଲମ୍ବିତ କରିଥିବା ଖବର ଜଣା ପଡ଼ିଛି ।

ବଲାଙ୍ଗିର ଜିଲ୍ଲା ର ଲରମ୍ଭା ଫରେଷ୍ଟ ଡିଭିଜନ ର ନିଲମ୍ବିତ ହୋଇଥିବା କର୍ମଚାରୀ ମାନେ ଫରେଷ୍ଟର ଭଗବତିଆ ଦାଶ ଓ ଫରେଷ୍ଟ ଗାର୍ଡ ଗୋପାଳ ଗଡ଼ତିଆ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଉଭୟ କର୍ମଚାରୀ ଙ୍କୁ ଲାଞ୍ଚ କାରବାର ର ଅଭିଯୋଗ କୁ ଭିତ୍ତି କରି ବଲାଙ୍ଗିର ଡି ଏଫ୍ ଓ ନିଲମ୍ବନ କରିଛନ୍ତି । ଲାଞ୍ଚ ନେବା ସମୟ ର ଅଡିଓ ବାର୍ତ୍ତାଳାପ ଗଣ ମାଧ୍ୟମ ରେ ପ୍ରସାରିତ ହେବା ପରେ ବଲାଙ୍ଗିର ଡି ଏଫ୍ ଓ ଏ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣା ପଡ଼ିଛି ।