Friday, March 29, 2024

Top 5 This Week

Related Posts

କୃଷ୍ଣ ସାଗର ସହ ବଂଶଧାରା ନଦୀକୁ କେନାଲ ଯୋଗେ ଯୋଡିବା ନିମନ୍ତେ ସ୍ମାରକ ପତ୍ର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୦୫) : କାଶୀନଗର ବ୍ଲକ ର ଶିଆଳି ପଞ୍ଚାୟତ ରେ ଥିବା ମଧ୍ୟମ ଜଳସେଚନ ବନ୍ଧ କୃଷ୍ଣ ସାଗର କୁ ବଂଶଧାରା ର ପ୍ରବାହିତ ଜଳ କୁ ସଂଯୋଗ କରିବା ପାଇଁ ଦାବି ହେଉଛି ।WhatsApp Image 2022 05 22 at 11.02.21 AM କୃଷ୍ଣ ସାଗର ସହ ବଂଶଧାରା ନଦୀକୁ କେନାଲ ଯୋଗେ ଯୋଡିବା ନିମନ୍ତେ ସ୍ମାରକ ପତ୍ର

କାଶୀନଗର ରୟିତ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ ଉଦ୍ଧେଶ୍ୟରେ ବିଡ଼ିଓ ଡ଼ା ଲକ୍ଷ୍ମୀ ପ୍ରସାଦ ସାହୁ ଙ୍କୁ ରୟୀତ ସଂଘ ସଭାପତି ଏକ ସ୍ମାରକ ପତ୍ର ଦେଇଛନ୍ତି । ସଂଘ ସ୍ମାରକ ପତ୍ର ରେ ଉଲ୍ଲେଖ କରିଛି କି ମହାରାଜା ଙ୍କ ଅମଳ ରୁ ୧୦୦ ଏକର ଜମିକୁ ଜଳ ସେଚିତ କଲା ଭଳି କ୍ଷମତା ଥିବା ଏହି କୃଷ୍ଣ ସାଗର ବନ୍ଧ ର ପୁନଃ ଖନନ ଆବଶ୍ୟକତା ରହିଛି ଓ ଏହାର ସୌନ୍ଦର୍ଯ୍ୟ କରଣ କରାଗଲେ ଏହା ପର୍ଯ୍ୟଟନ ସ୍ଥଳି ମଧ୍ୟ ହୋଇ ପାରିବ । ଏହି ବନ୍ଧ ର ଚାରିପଟେ ଖୁରିଗମ୍, କାଶୀନଗର, ରଜିପୂର୍ ଆଦି ଗ୍ରାମ ର ଜମି ରହିଛି ।

ଏହି କୃଷ୍ଣ ସାଗର କୁ ବଂଶଧାରା ର ଜଳ ଦ୍ଵାରା ଭର୍ତି କରାଇ ପାଣି ମହଜୁଦ ରଖିଲେ ଏହି ଜଳ ଦ୍ଵିତୀୟ ଫସଲ ପାଇଁ କାମରେ ଲାଗିବ ବୋଲି ସଂଘ ଆଶା ପ୍ରକଟ କରିଛି । ଏଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସଂଘ ଦାବୀ କରିଛି ।

Popular Articles