Advertisements

ଯେସକୋର ଅବ୍ୟବହୃତ ୫୦୦ଏକର ଜମି ସରକାରୀ ଖାତାକୁ ଆସୁ ନ ହେଲେ ମେ ୭ରୁ ଯେସକୋ ଗେଟରେ ତାଲା

ରାୟଗଡା ଜିଲ୍ଲା ପ୍ରତିନିଧି(ଅମୁଲ୍ୟ ନିସଙ୍କ): ଯେସକୋ ଅଧୀନରେ ଥିବା ୭୮୭.୮୩୦ ଏକର ସରକାର ଜମି ଫେରାଇ ଆଣିବା ନିମନ୍ତେ ରାୟଗଡ଼ ନାଗରିକ ମଞ୍ଚ ଆଗେଇ ଆସି ଜ଼ିଲ୍ଲାପାଳଙ୍କୁ ଦେଲେ ସ୍ମାରକ ପତ୍ର ଓ ଆସନ୍ତା ପବିତ୍ର ଅକ୍ଷୟ ତୃତୀୟା ଦିନ ଅର୍ଥାତ ମେ ୭ ତାରିଖରୁ ଯେସକୋ ଫାଟକ ସମ୍ମୁଖରେ ଧାରଣା ଦେବା ନିମନ୍ତେ ପ୍ରସ୍ତୁତ ହୋଇଥିବା ଜଣାପଡିଛି |

ଘଟଣାରୁ ପ୍ରକାଶ ଯେ ଏହି କମ୍ପାନୀ ରାୟଗଡ଼ରେ ୧୯୩୬ରେ ପ୍ରତିଷ୍ଠିତ ହୋଇ ନିଜ ଅଧୀନରେ ସରକାରୀ ଜମି ୭୮୭.୮୩୦ ଏକର ଜମି ଲିଜ଼ ସୂତ୍ରରେ ରଖି ବିଭିନ କମ୍ପାନୀରୁ ଲକ୍ଷାଧିକ ଟଙ୍କା ଋଣ ଆକାରରେ ଉଠାଇଛି କିନ୍ତୁ ୧୯୯୪ ମସିହାରେ ଯେସକୋ କାରଖାନାରୁ ଉତ୍ପାଦନ ବନ୍ଦ ହେବା ପର ଠାରୁ ଋଣ ପରିଶୋଧ କରିନାହିଁ | ପୁନଶ୍ଚ ନିଜର ଯନ୍ତ୍ରାଂଶକୁ ପଡୋଶୀ ଆନ୍ଧ୍ର ପ୍ରଦେଶରେ ବିଶାଖାପାଟଣାକୁ ସ୍ଥାନାନ୍ତର କରି ନେବା ପରେ ଉକ୍ତ ଦିନରୁ ଜନସାଧାରଣ ଓ କମ୍ପାନୀ କର୍ତୃପକ୍ଷଙ୍କ ମଧ୍ୟରେ ମାମଲା କୋର୍ଟରେ ବିଚାରଧୀନ ଅଛି | ଏଥି ପୂର୍ବରୁ ୧୯୯୨ ମସିହାରେ କୋର୍ଟ କମ୍ପାନୀର ଅବ୍ୟବହୃତ ୫୦୦ ଏକର ଜମି ପ୍ରସାଶନକୁ ଫେରାଇବା ନିମନ୍ତେ ରାୟ ଦେଇଥିଲେ କିନ୍ତୁ ଦୁର୍ଭାଗ୍ୟର କଥା ଜ଼ିଲ୍ଲା ପ୍ରସାଶନ ଓ କେତକ ରାଜନେତାଙ୍କ ଆନ୍ତରିକତା ଅଭାବ ଯୋଗୁଁ ଏହି ଜମି ସରକାରୀ ଖାତାକୁ ଆସିପାରୁ ନାହିଁ | ଯଦ୍ୱାରା ରାୟଗଡ଼ ସହରରେ ସରକାରୀ ପ୍ରକଳ୍ପ ପାଇଁ ମିଳୁନି ଜାଗା |

ସେଥିପାଇଁ ସହରରେ ବିକାଶ ହେଇପାରୁନି ସର୍ବସାଧାରଣରେ ଆଲୋଚନା ଚାଲଛି ଯେ ଯେସକୋର ଓକିଲ ଯେଉଁ ବ୍ୟକ୍ତି ସେହି ନିଯେ ସରସକାରୀ ଓକିଲ | ସେଥିପାଇଁ ସେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ପୁନଶ୍ଚ ପ୍ରସାଶନ ତଥା ରାଜନୀତିକ ଦଳରେ ନେତାଙ୍କ ଆନ୍ତରିକତାରେ ଅଭାବ ଯୋଗୁଁ ଯେସକୋ ବନ୍ଦ କାରଖାନାକୁ କାରଖାନା ଚାଲୁରହିଛି ବୋଲି କାଗଜପତ୍ରରେ ଦର୍ଶାଉଛି | ଦୀର୍ଘ ୨୫ ବର୍ଷ ହେଲାଣି ଏହି ଠାରୁ ଉତ୍ପାଦିତ ଚିନ୍ହି ଓ ଡିଷ୍ଟଇଲେରି ୟୁନିଟ ବନ୍ଦ ପରେ ସବୁ ଯନ୍ତ୍ରାଂଶ ରୟାଗଡ଼ ରୁ ବିଶାଖପତନମ କୁ ପଠାଇଦେଛି | ସେଥିପାଇଁ ଆଖୁ ଚାଷ ଜମିରେ ନୀଳଗିରି ଓ କପା ଚାଷ ହେଉଛି | ସେଥିପାଇଁ ପାଇଁ ପାନୀୟ ଜଳ ସମସ୍ୟା ରାୟଗଡା ସହରରେ ସୃଷ୍ଟି ହୋଇଛି | ଆଗାମୀ ଦିନରେ ଯଦି ଯେସକୋ ଏହି ସରକାରୀ ଜମି ନ ଫେରାଏ ଏହି ଅଞ୍ଚଳରେ ବିରାଟ ସମସ୍ୟା ସୃଷ୍ଟି ହେବ | ସେଥିପ୍ରତି ଜ଼ିଲ୍ଲା ପ୍ରସାଶନ ଓ ରାଜନୈତିକ ନେତା ଦୃଷ୍ଟି ଦେବାର ସମୟ ଆସିଛି |

Advertisements

Comments are closed.