Thursday, March 28, 2024

Top 5 This Week

Related Posts

୨୨ କେ.ଜି. ୨୦୦ ଗ୍ରାମ ଗଞ୍ଜେଇ ଭର୍ତ୍ତି ଏକ କାର ସହ ଦୁଇ ଗଞ୍ଜେଇ ମାଫିଆ ଗିରଫ

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୨୧/୦୫) : ୨୨ କେ.ଜି. ୨୦୦ ଗ୍ରାମ ଗଞ୍ଜେଇ ଚୋରା ଚାଲାଣ ବେଳେ କଣ୍ଟାମାଲ ପୋଲିସ ହାତରେ ଧରା ପଡିଲେ ଗଞ୍ଜେଇ ମାଫିଆ ।

ସୂଚନା ମତେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ବିଶେଷ ସୂତ୍ରରୁ ଖବର ପାଇଁ କଣ୍ଟାମାଲ ପୋଲିସ ତିଲେଇମାଲ ଛକ ନିକଟରେ ସନ୍ଦେହରେ OR 02AS-8055ନଂ ଥିବା ନଳୀରଙ୍ଗ ର ମାରୁତି ସୁଜୁକି ଗାଡିଟିକୁ ଅଟକାଇ ଯାଞ୍ଜ ବେଳେ ଗାଡିରୁ ଏକ ବସ୍ତାରେ ୨୨ କେ.ଜି. ୨୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା । ଗଞ୍ଜେଇ ଓ କାର ଗାଡି ଟିକୁ ଜବତ କରିବା ସହ ଦୁଇ ଗଞ୍ଜେଇ ମାଫିଆ କୁ ଗିରଫ କରିଛି ପୋଲିସ ।

ଦୁଇ ଅଭିଯୁକ୍ତ ମାନେ ହେଲେ ଛତିଶଗଡ଼ ର ରାୟଗଡ଼ ଜିଲ୍ଲା ନେଟନଗର ର କିରନ କୁମାର ବସୋଦ ଓ ସନ୍ଦୀପ ଚୌହାନ ବୋଲି ଜଣାପଡୁଛି । ଉଭୟ ଙ୍କୁ କେସ ନଂ 65dtd 20/05/2022U/S.20(b)(ii)C NDPS ଧାରାରେ କୋର୍ଟ ଚାଲାଣ କରାଯାଇଥିବା DSP ତପସ୍ୱିନୀ କହଁର ସୂଚନା ଦେଇଛନ୍ତି ।

Popular Articles