Related Contents

ମାଲକାନଗିରି ସିଡବ୍ଲୁସି ଦ୍ୱାରା ବାଲ୍ୟ ବିବାହରୁ ଉଦ୍ଧାର ହେଲେ ଝିଅ

ମାଲକାନଗିରି(ଜିଲ୍ଲା ପ୍ରତିନିଧି-ଅସୀମ ବିଶ୍ୱାସ): ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଟିଗେଲ ପଞ୍ଚାୟତର ଏମ୍.ପି.ଭି- ୬୫ ଗ୍ରାମର ପରିତୋଶ ସରକାରଙ୍କ ଝିଅ ରିତୁ ସରକାରଙ୍କୁ ଆଜି ସିଡବ୍ଲୁସି (Child Welfare Committee) ତରଫରୁ ଉଦ୍ଧାର କରାଯାଇଛି |

ସୂଚନା ଅନୁଯାୟୀ ରିତୁର ୧୮ବର୍ଷ ହେବା ଆଗରୁ ପରିବାର ତରଫରୁ ବିବାହ ପ୍ରସ୍ତୁତି ଚାଲିଥିଲା | ଏହାର ଖବର ପାଇବା ମାତ୍ରେ ଚାଇଲଡ ଲାଇନର ଟିମ ଓ କାଲିମେଳା ସିଡ଼ିପିଓ, ସୁପରଭାଇଜର,ଏମ୍.ଭି-୭୯ଥାନା ଅଧିକାରୀ ଘଟଣା ସ୍ଥଳେ ପହଞ୍ଚି ରିତୁ ସରକାରଙ୍କ ବିବାହ ବନ୍ଦ କରିବା ସହ ରିତୁକୁ ଉଦ୍ଧାର କରିଥିଲେ | ରିତୁ ସରକାରଙ୍କୁ ମାଲକାନଗିରି ସିଡବ୍ଲୁସି (Child Welfare Committee)କୁ ସ୍ଥାନାନ୍ତର କରାଯାଇଛି |

Comments are closed.