Friday, March 29, 2024

Top 5 This Week

Related Posts

ବୋଲେରୋ ବାଇକ ମୁହାଁ ମୁହିଁ ଧକ୍କା : ଦୁଇ ଗୁରୁତର

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୨୨/୦୫) : ବୋଲେରୋ ବାଇକ ମୁହାଁ ମୁହିଁ ଧକ୍କା ହେବ ଫଳରେ ବାପ ପୁଅ ଆହତ । ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମନମୁଣ୍ଡା ଗାନ୍ଧୀଛକ ରେ ।WhatsApp Image 2022 05 21 at 8.14.39 PM ବୋଲେରୋ ବାଇକ ମୁହାଁ ମୁହିଁ ଧକ୍କା : ଦୁଇ ଗୁରୁତର

ଆଜି ଦିନ ଏକ ଘଣ୍ଟା ସମୟରେ କଣ୍ଟାମାଲ ଦିଗରୁ କାମସାରି ଏକ ପ୍ଲାଟିନା ବାଇକ ଗାଡ଼ି ନମ୍ୱର OR 31 1942 ଯୋଗେ ନିଜ ଘର ଧୁଙ୍ଗିଆଁପଦର ଫେରୁଥିବା ବେଳେ ସୋନପୁର ଦିଗରୁ ଆସୁଥିବା ଏକ ବୋଲେରୋ ଗାଡ଼ି ନମ୍ୱର (OD 10 E 3444) ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ବାଇକ ରେ ଥିବା ମାନସ ରଞ୍ଜନ କର୍ମୀ (୪୦) ଙ୍କ ଗୋଡ଼ ଆଉ ହାତରେ ଆଘାତ ଲାଗିଥିବା ବେଳେ ତାଙ୍କ ପୁଅ ଆୟୁଷ୍ମାନ କର୍ମୀ (୧୦) ଖଣ୍ଡିଆ ହୋଇଥିଲେ ।

ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମନମୁଣ୍ଡା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏପଟେ ମନମୁଣ୍ଡା ଗାନ୍ଧୀଛକ ର ଗୋଳେଇ କରଣ ହେବାକୁ ଥିବା ବେଳେ ହଜାର ବାର ପରିଦର୍ଶନରେ ଆସି ବୌଦ୍ଧ ପ୍ରଶାସନ ଶେଷରେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇଥିବା ସଦୃଶ । ଉକ୍ତ ଛକରେ ହୋଇଥିବା ଡିଭାଇଡ୍ର ଭୁଲ ଥିବା ହେତୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ।

ତୁରନ୍ତ ପ୍ରଶାସନ ସେ ଗୋଲେଇ ଛକ ର ସ୍ୱପ୍ନ ନଦେଖାଇ ତୁରନ୍ତ ଉକ୍ତ ଭୁଲ କୁ ସମାଧାନ କଲେ ଲୋକମାନେ ମୃତ୍ୟୁ ମୁଖରୁ ରକ୍ଷା ପାଇଯିବେ । ଦୁର୍ଘଟଣା ହେଉଥିବା ନିତିଦିନ ଉକ୍ତ ଗାନ୍ଧୀ ଛକରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ଅଞ୍ଚଳବାସୀ ଚେଇଁ ରହିଛନ୍ତି ।

Popular Articles