Friday, March 29, 2024

Top 5 This Week

Related Posts

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଠାରେ ଓଡିଶା ର ପ୍ରଥମ ଶସ୍ୟ ଭିତ୍ତିକ ଇଥାନେଲ ପ୍ଲାଣ୍ଟ ର ସ୍ଥାପନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୫) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ପାଣିମୁରା ଠାରେ ମାଶ୍ ବାୟୋ-ଫୁଏଲ୍ସ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଶସ୍ୟ ଭିତ୍ତିକ ଇଥାନେଲ ଗ୍ୟାସ ପ୍ଲାଣ୍ଟ ର ସ୍ଥାପନ କରାଯାଇଛି ।

ଆଭାସୀ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଠାରେ ଉକ୍ତ ପ୍ଲାଣ୍ଟ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ପାଣିମୁରା ପ୍ରକଳ୍ପ ସ୍ଥାପନ ସ୍ଥାନରେ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ଅବକାରୀ ନିରଞ୍ଜନ ପୂଜାରୀ, ଜିଲ୍ଲପାଳ ଆବୋଲୀ ସୁନିଲ ନରୱଣେ, ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ, ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ଅଧ୍ୟକ୍ଷ ‘ମାସ’ ଅନିଲ କୁମାର କାନୋଡିଆ, ପରିଚାଳନା ନିର୍ଦେଶକ ନିଶ୍ଚିନ୍ତ ଏ କାନୋଡିଆ ପ୍ରମୁଖ ଉପସ୍ଥିତ ରହି ଶିଳାନ୍ୟାସ ର ଉଦଘାଟନ କରିଥିଲେ ।

ମାନ୍ୟବର ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ପ୍ରଦୂଷଣ ମୁକ୍ତ ପ୍ଲାଣ୍ଟ ସ୍ଥାପନ କୁ ସ୍ୱାଗତ କରିବା ସହିତ ସରକାରଙ୍କ ଜିଲ୍ଳା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ । କାରଖାନା ସ୍ଥାପନ ଯୋଗୁଁ ଜିଲ୍ଲାରେ ଅନେକ କର୍ମ ନିଯୁକ୍ତି ସୃଷ୍ଟି ହେବା ସହ ଜିଲ୍ଲାର କୃଷକ ମାନଙ୍କ ଅଭିବୃଦ୍ଧିରେ ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ ସହାୟକ ହେବ ବୋଲି ବକ୍ତବ୍ୟରେ କହିଥିଲେ ।WhatsApp Image 2022 05 21 at 8.13.56 PM ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଠାରେ ଓଡିଶା ର ପ୍ରଥମ ଶସ୍ୟ ଭିତ୍ତିକ ଇଥାନେଲ ପ୍ଲାଣ୍ଟ ର ସ୍ଥାପନ

ଅନ୍ୟ ଅତିଥି ବୃନ୍ଦ ମଧ୍ୟ ଅନୁରୂପ ଭାବେ ଜିଲ୍ଲା ପାଇଁ ଏହି କାରଖାନା ଅର୍ଥନୈତିକ ଅଭିବୃଦ୍ଧି ସହ କର୍ମ ନିଯୁକ୍ତି ଯୋଗାଇ ଅଞ୍ଚଳର ବିକାଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଥିଲେ । ପ୍ରସ୍ତୁତ ଇଥାନେଲ କୁ ଅଟୋମୋବାଇଲ, ଇଥାନଲ ଫ୍ଲେକ୍ସ-ଇନ୍ଧନ କୁ କାରରେ ହାଇଡ୍ରୋସ ଇଥାନେଲ ଭାବରେ ବ୍ୟବହାର କରାଯାଇ ପାରିବ କିମ୍ବା ପେଟ୍ରୋଲ ସହିତ ମିଶ୍ରିତ (ଆନ୍ହାଇଡ୍ରସ ଇଥାନେଲ ପେଟ୍ରୋଲ ସହିତ ମିଶ୍ରିତ) ଇନ୍ଧନ ଇଥାନେଲକୁ “ଗ୍ୟାସହୋଲ” ଭାବରେ ମଧ୍ୟ ବ୍ୟବହାର କରାଯାଇ ପାରିବ । ଯାହା ସୁଲଭ ଦରରେ ବଜାର ରେ ଜନସାଧାରଣଙ୍କୁ ଉପଲବ୍ଧ ହୋଇପାରିବ ।

ଇଥାନେଲ ଗ୍ୟାସ ପ୍ରସ୍ତୁତ ନିମନ୍ତେ କଞ୍ଚାମାଲ ଭାବରେ ଶସ୍ୟ ର ବର୍ଜ୍ୟ ସାମଗ୍ରୀ ଯାହା ମାଗଣା ଫର୍ମରେ ଶର୍କରା ଧାରଣ କରିଥାଏ ସେହି ସାମଗ୍ରୀ ଇଥାନଲ ପ୍ରସ୍ତୁତିପାଇଁ ବ୍ୟବହୃତ ହୁଏ । ବ୍ୟକଳ୍ପିକ ଭାବରେ, ଏହା ଷ୍ଟାର୍ଚ୍ ଉତ୍ପାଦିତ ଶସ୍ୟ ର ଫେଣ୍ଟେସନରୁ ମଧ୍ୟ ପ୍ରସ୍ତୁତ କରାଯାଇପାରେ । ଇଥାନେଲ ବାଓ ଗ୍ୟାସ ପ୍ରତିଷ୍ଠା ର ଲକ୍ଷ୍ୟ ହେଉଛି ଅଶୋଧିତ ତୈଳ ଏବଂ ଅଶୋଧିତ ତୈଳ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ହ୍ରାସ କରିବା, ବାୟୁମଣ୍ଡଳରେ କାର୍ବନ ଡାଇଅକସାଇଡ ନିର୍ଗମନକୁ ହ୍ରାସ କରିବା ସହିତ ଫିଡଷ୍ଟର ର ଏକାଧିକ ଉତ୍ସ ସୃଷ୍ଟି କରି ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିନିଯୋଗ ସହ ଗ୍ରାମାଞ୍ଚଳ ର ନିଯୁକ୍ତି ବୃଦ୍ଧି ଏବଂ ଜିଲ୍ଲା ର କୃଷକମାନଙ୍କୁ ଅତିରିକ୍ତ ଆୟ ଯୋଗାଇବା ।

ପୁନଶ୍ଚ ଏହା ଫସଲ ଜଳିବା ଏବଂ କୃଷି ଅବଶିଷ୍ଟାଂଶ ଏବଂ ବର୍ଜ୍ୟବସ୍ତୁକୁ ଜୈବ ଇନ୍ଧନରେ ପରିଣତ କରି ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ମଧ୍ୟ ହ୍ରାସ କରିବାରେ ବହୁ ଗୁଣରେ ସହାୟକ ହେବ ବୋଲି କମ୍ପାନୀ ପରିଚାଳନା ନିର୍ଦେଶକ ଶ୍ରୀ କନୋଡିଆ ସୂଚନା ଦେଇଛନ୍ତି ।

Popular Articles