Thursday, March 28, 2024

Top 5 This Week

Related Posts

କାଶୀନଗର ସହର ନିକଟ ରେ ବଣୁଆ ହାତୀ : ଲୋକେ ଆତଙ୍କିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୦୫) : ଶେଷରେ ବଣୁଆ ହାତୀ କାଶୀନଗର ସହର ନିକଟ ୨ କିମି ଦୂର ଏକ ତୋଟା ରେ ଆଶ୍ରୟ ନେଇଛନ୍ତି । ଯାହା ଦ୍ୱାରା କି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ରହିଛନ୍ତି ।WhatsApp Image 2022 05 21 at 8.13.38 PM 1 କାଶୀନଗର ସହର ନିକଟ ରେ ବଣୁଆ ହାତୀ : ଲୋକେ ଆତଙ୍କିତ

ଗତ ୬ ମାସ ହେଲା ଆନ୍ଧ୍ର ର ଏକ ହାତୀ ପଲ କାଶୀନଗର ସହର ନିକଟ ବଂଶଧାରା ନଦୀ ଅପର ପାଖରେ ବିଭିନ୍ନ ଗ୍ରାମ ତଥା ତୋଟା ରେ ଆଶ୍ରୟ ନେଇ ନା ନା ଫସଲ ଖାଇ ଉତ୍ପାତ କରୁଥିଲେ । ତଥାପି ଆନ୍ଧ୍ର ର ବନ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆ ଗଲା ନାହିଁ । ଯାହା ଫଳରେ ଖାଦ୍ୟ ଅନ୍ୱେଷଣରେ ଏହି ହାତୀ ପଲ୍ ଏବେ ନଦୀ ପାର ହୋଇ ଏବେ ସହରାଭିମୁଖି ହୋଇଛନ୍ତି । କାଶୀନଗର ସହର ର ଠାରୁ ୨ କିମି ଦୂର ଇଦୁଡୀ ତୋଟା ରେ ଆଶ୍ରୟ ନେଇଛନ୍ତି ।

ଓଡ଼ିଶା ଚାଷୀଙ୍କ ଆମ୍ବ ଓ କଦଳୀ ବଗିଚା ଧ୍ଵଂସ କରୁଛନ୍ତି । କେତେବେଳେ ଯେ ଏମାନେ ସହର ଅଭିମୁଖ ହୋଇ କ’ଣ କରିବେ, ବର୍ତ୍ତମାନ ଚାଷୀ ଓ ସାଧାରଣ ଲୋକ ଭୟଭୀତ ହୋଇ ରହିଛନ୍ତି । ଏଣୁ ଓଡ଼ିଶା ବନ ବିଭାଗ କ’ଣ କରିବେ ଦେଖିବାକୁ ବାକି ରହିଲା ।

Popular Articles