Related Contents

ନାଇରାର ଵିଶିଷ୍ଠ ଠିକାଦାର ତଥା ଧର୍ମପ୍ରାଣ ଭକ୍ତ ମଧୂସୁଧନ ସାହୁଙ୍କ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡ଼ ଜ଼ିଲ୍ଲାର ନାଇରା ଗ୍ରାମର ବିଶିଷ୍ଟ ଧର୍ମପରାୟଣ ଓ ବିଶିଷ୍ଟ ଠିକାଦାର ମଧୁ ସାହୁଙ୍କ ଗୁମୁଡା ଠାରେ କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

ଗତକାଲି ରାତିରେ ବ୍ରହ୍ମପୁରରୁ ରାୟଗଡା ଫେରୁଥିବା ବେଳେ ଭୋର ସକାଳେ ଦୁର୍ଘଟଣା ଘଟିଥିଲା | ପରେ ପରେ ମଧୁ ସାହୁଙ୍କୁ ଗୁଣୁପୁର ଡାକ୍ତର ଖାନାକୁ ନିଆଯାଇଥିଲା ସେହି ଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ତାଙ୍କ ମର ଶରୀର ବର୍ତ୍ତମାନ ଗୁଣପୁର ଉପଖଣ୍ତ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି | ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ | ତାହାପରେ ଶବକୁ ରାୟଗଡା ନିଆଯାଇ ସତ୍କାର କରାଯିବ ବୋଲି ତାଙ୍କରି ଭାଇମାନେ ଜଣାଇଛନ୍ତି | ମୃତ୍ୟୁ ଖବର ପ୍ରସାରିତ ହେବା ପରେ ବହୁ ସଂଖ୍ୟକ ଲୋକଙ୍କ ସୁଅ ତାଙ୍କରି ଘର ରାୟଗଡ଼କୁ ଶେଷ ଦର୍ଶନ ପାଇଁ ଛୁଟିଛି | ସ୍ବର୍ଗତ ସାହୁ ଜଣେ ଶ୍ରୀମା ଅରବିନ୍ଦଙ୍କ ଭକ୍ତ ଓ ତାଙ୍କରି ଶ୍ରୀମା ଅରବିନ୍ଦଙ୍କ ନାମରେ ବହୁ ସ୍କୁଲ ଚଳାଉଛନ୍ତି |

Comments are closed.