Related Contents

ମା ଧରିତ୍ରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁକୁନ୍ଦପୁର ଦଳ ଚମ୍ପିୟାନ

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଜିଲ୍ଲାର ଆମ୍ବାଗୁଡା ଠାରେ ମା ଧରିତ୍ରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ପ୍ରାର୍ଥୀ ଆପାଲସ୍ୱାମୀ କାଡ଼ରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଆଜି ଫାଇନାଲ ମ୍ୟାଚ ମୁକୁନ୍ଦପୁର ଓ ଆମ୍ବାଗୁଡା ମଧ୍ୟରେ ଖେଳାଯାଇଥିଲା । ୧୨ଓଭର ବିଶିଷ୍ଟ ମ୍ୟାଚରେ ପ୍ରଥମେ ମୁକୁନ୍ଦପୁର ଦଳ ବ୍ୟାଟିଂ କରି ୫ ୱିକେଟ ହରାଇ ୧୨୪ ରନ କରିଥିବା ବେଳେ ଆମ୍ବାଗୁଡା ଦଳ ୧୨ ଓଭରରେ ୭ ୱିକେଟ ହରାଇ ୮୬ ରନ କରିବାରେ ସକ୍ଷମ ହୋଇଥିଲେ ଏବଂ ମୁକୁନ୍ଦପୁର ଦଳ ଚମ୍ପିୟାନ ହୋଇଥିଲା । ଏହି ମ୍ୟାଚରେ ମୁକୁନ୍ଦପୁର ଦଳର ବିପ୍ଳବ ନିସାଲ ସର୍ବାଧିକ ୨୨ଟି ବଲରେ ୪୬ ରନ କରି ମ୍ୟାନଅଫ ଦି ମ୍ୟାଚ ପୁରସ୍କାର ପାଇଥିବାବେଳେ ଆମ୍ବାଗୁଡା ଦଳର ରବିନକାନ୍ତ ଜାକାକା ମ୍ୟାନ ଅଫ ଦି ସିରିଜ ପୁରସ୍କାର ପାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୁକୁନ୍ଦପୁର ଦଳକୁ କପ ସହ ୩୫ ହଜାର ଟଙ୍କା ପୁରସ୍କାର ରାଶି ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବେଳେ ରନର ଦଳକୁ କପ ସହ ୨୦ ହଜାର ଟଙ୍କା ଦିଆଯାଇଥିଲା ।

ଏହି ଟୁର୍ଣ୍ଣାମେଣ୍ଟରେ ମୁକୁନ୍ଦପୁର ଦଳର ସୁନିଲ କାଡ଼ରକା ୩୦ରନ, ଜି.ସନ୍ତୋଷ ୧୫ ରନ ଓ ଦେବାଶିଷ ବଡା ୨୭ ରନ କରିଥିବା ବେଳେ ଜିତେନ୍ ସର୍ବାଧିକ ୩ ଓଭରରେ ୧୩ ରନ ଦେଇ ୩ଟି ଉଇକେଟ ଅକ୍ତିଆର କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଆମ୍ବାଗୁଡା ମା ଧରିତ୍ରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସଭାପତି ଭିକି ହୁଇକା, ଉପସଭାପତି ଶିବ ପ୍ରସାଦ ପାଢୀଙ୍କ ସହ ଅର୍ଚ୍ଚିତାନନ୍ଦ କଡ୍ରକାଙ୍କ ସହ ଅନ୍ୟମାନେ ପରିଚାଳନା କରିଥିଲେ ।

Comments are closed.