ନିଆଁରେ ପୋଡ଼ି ୬ଟି ଘର ପାଉଁଶ, କ୍ଷୟକ୍ଷତି ବାବଦରେ ସହାୟତା ଦାବି

ପଡ଼ିଆ (ଅସୀମ ବିଶ୍ୱାସ): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡ଼ିଆ ବ୍ଲକସ୍ଥିତ ରାଜସ୍ଵ ନିରକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ୬ଟି ଘର ପୋଡ଼ି ପାଉଁଶ ହୋଇଯାଇଛି |

ଦିନ ପ୍ରାୟ ୧୧ଟା ସମୟରେ ଗୋଟିଏ ଘରେ ନିଆଁ ଲାଗିଯାଇଥିଲା ପରେ ଏହା ଆଖପାଖ ୫ଟି ଘରେ ମଧ୍ୟ ନିଆଁ ବ୍ୟାପି ଯାଇଥିଲା | ଘରେ ଥିବା ସମସ୍ତ ସାମଗ୍ରୀ ଧାନଚାଉଳ ଲୁଗାପଟା ପଇସା କାଗଜପତ୍ର ପିଲାଙ୍କ ଖାତା ବହି ଇତ୍ୟାଦି ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ ସ୍ଥାନୀୟ ବାସିନ୍ଦା ବେଟି ଏଙ୍କେୟା ନିଜ ୬ଟି ଘର ଭଡ଼ା ସମ୍ପୁର୍ଣ୍ଣ ଧ୍ବଂସ | ଏ ନେଇ ଖବର ଦିଆଯିବାରୁ ଅଗ୍ନିଶମ ବିଭାଗ ଅଧିକାରୀ ବିରେନ୍ଦ୍ର କୁମାର ସିଂ ଙ୍କ ନେତୃତ୍ୱରେ ଗୋଟିଏ ଦଳ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କଲେ, କିନ୍ତୁ ବିଶେଷ କିଛି ଫଳ ମିଳିଲା ନାହିଁ, ବହୁ କଷ୍ଟ ପରେ ନିଆଁକୁ କାବୁ କରାଯାଇଥିଲା, କିନ୍ତୁ ଘରେ ଥିବା ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା | ଖବର ପାଇ ରାଜସ୍ୱ ଅଧିକାରୀ ଚିନ୍ମୟ କୁମାର ମହାପାତ୍ର ପହଞ୍ଚି ଅଗ୍ନି କାଣ୍ଡରେ ପୋଡି ନଷ୍ଟ ହୋଇଥିବା ସମସ୍ତ ଜିନିଷ ପତ୍ରର ଏକ ତାଲିକା ପ୍ରସ୍ତୁତ କରିବା ସହ କ୍ଷୟକ୍ଷତିର ଆକଳନ କରିଥିଲେ |

ପଡ଼ିଆ ଥାନା ଅଧିକାରୀ ଘଟଣା ସ୍ଥାନରେ ପହଂଚି ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକଣ୍ଡ ଘଟିଛି ବୋଲି ସୂଚନା ଦେଇଛନ୍ତି । ପ୍ରାୟ ୫ରୁ୭ ଲକ୍ଷ ଟଙ୍କାର କ୍ଷୟକ୍ଷତି ଘଟିବାର ଆନୁମାନ କରାଯାଉଛି | ସ୍ଥାନୀୟ ଜନସାଧାରଣ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଦେବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Comments are closed.