Friday, March 29, 2024

Top 5 This Week

Related Posts

ଅତିରିକ୍ତ ଗୋଦାମ ଗୃହ ଉଦଘାଟନ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୦/୦୫) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଂକୁଲୋଇ ପଞ୍ଚାୟତ ବୁଲୁରା ଗ୍ରାମରେ ଆଜି ଅତିରିକ୍ତ ଗୋଦାମ ଗୃହ ଉଦଘାଟିତ ହୋଇଯାଇଛି ।

ପ୍ରକାଶ ଥାଉକି ସଂକୁଲୋଇ ପଞ୍ଚାୟତ ୧୩ ଟି ୱାର୍ଡକୁ ନେଇ ଗଠିତ । ପଞ୍ଚାୟତ କାର୍ଯ୍ୟଳୟ ଠାରୁ ୧୫ କି.ମି. ଦୂରରେ ୫ ଟି ୱାର୍ଡ ଅବସ୍ଥିତ ଯଥା -ମଲ୍ଲିକପଡ଼ା, ପାଣିଘରା, ରାଉତପଡ଼ା ଓ ବୁଲୁରା ଆଦି ଅଟେ । ଏହି ସବୁ ୱାର୍ଡ ଠାରୁ ପଞ୍ଚାୟତ କାର୍ଯ୍ୟଳୟ ର ଦୂରତା ୧୫ କି.ମି. ଅଟେ ଏଣୁ ଏହି ୱାର୍ଡ ବାସୀ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଇଁ ଘାଟି ପର୍ବତ ଦେଇ ପଞ୍ଚାୟତକୁ ବହୁ କଷ୍ଟରେ ଯିବା ଆସିବା କରିଥାନ୍ତି ।

ବହୁ ଦିନରୁ ୱାର୍ଡବାସୀ ଅତିରିକ୍ତ ଗୋଦାମ ଗୃହ ସମ୍ପର୍କରେ ଦାବୀ ଆପତ୍ତି କରିଆସୁଥିଲେ । ବୁଲୁରା ଠାରେ ଏକ ଅତିରିକ୍ତ ଗୋଦାମ ଗୃହ କରି ୫ ଟି ୱାର୍ଡ ବାସୀଙ୍କୁ ଚାଉଳ ଯୋଗାଇ ଦେବା ପାଇଁ ଏହି ସମସ୍ୟାକୁ ଗୁରୁତ୍ୱ ନେଇ ବୌଦ୍ଧ ବିଧାୟକ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସଂକୁଲୋଇ ପଞ୍ଚାୟତ ର ବୁଲରା ଗ୍ରାମରେ ଅତିରିକ୍ତ ଗୋଦାମ ଗୃହ ମଞ୍ଜୁରୀ କରିଥିଲେ ।

ଏହି ଅବସରରେ ଆଜି ଏହି ଗୋଦାମ ଗୃହ ଉଦଘାଟନ ହୋଇଛି । ଫଳରେ ୫ଟି ୱାର୍ଡ ର ୨୦୦୦ ଲୋକ ଉପକୃତ ହୋଇପାରିବେ । ଆଜି ଉଦଘାଟନୀ ଉତ୍ସବରେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, ଜିଲ୍ଲପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଯୋଗାଣ ଅଧିକାରୀ, ସଂକୁଲୋଇ ପଞ୍ଚାୟତ ସରପଞ୍ଚ ସୁଶ୍ରୀତା ଛନ୍ଦା, ସମିତି ସଭ୍ୟ ରଶ୍ମିତା ମହାକୁଡ଼ ପ୍ରମୁଖ ଯୋଗଦେଇଥିଲେ ।

ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବହିତ ପଞ୍ଚାୟତ ର ୫ ଟି ୱାର୍ଡ ପାଇଁ ସପ୍ତାହରେ ଗୋଟିଏ ଦିନ ଏହି ଅଞ୍ଚଳ ପଞ୍ଚାୟତ କାର୍ଯ୍ୟାଳୟ କରି ଲୋକଙ୍କ ଅଭିଯୋଗ ଓ ସମସ୍ୟା ଆଦି ସମାଧାନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଖୋଲିବା ପାଇଁ ସରପଞ୍ଚଙ୍କୁ ଜିଲ୍ଲପାଳ ପରାମର୍ଶ ଦେଇଥିଲେ । ହିତାଧିକାରୀଙ୍କୁ ପ୍ରଥମେ ଚାଉଳ ପ୍ରଦାନ କରାଯାଇଥିଲା । ଗୋଦାମ ଗୃହ ହେବାରୁ ଏହି ୫ଟି ୱାର୍ଡ ର ଲୋକମାନେ ଆନନ୍ଦ ପ୍ରକାଶ କରିଛନ୍ତି ।

Popular Articles