ଏମ୍ ଭି-୭୯ ଡ଼ଃ ଶ୍ୟାମପ୍ରସାଦ ଡିଗ୍ରୀ କଲେଜରେ ପ୍ରଥମ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ

ମାଲକାନଗିରି(ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ): ମାଲକାନଗିରି ଜିଲ୍ଲାର ଏମ୍ ଭି-୭୯ ଠାରେ ଅବସ୍ଥିତ ମହାବିଦ୍ୟାଳୟ (ବ୍ରହ୍ମପୁର ମହାବିଦ୍ୟାଳୟ ଦ୍ଵାର ପରିଚାଳିତ) ଠାରେ +୩ ପ୍ରଥମ ସେମିଷ୍ଟର ପରୀକ୍ଷା ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି ।

ଏହି ପରୀକ୍ଷାରେ ସର୍ବମୋଟ (ରେଗୁଲାର ଓ ବ୍ୟାକ)୧୩୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି, ପରୀକ୍ଷାରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ମୋଟୁ ତହସିଲଦାର ଶ୍ରୀ ଭବାନୀ ଶଙ୍କର ମିଶ୍ର ମାଜିଷ୍ଟ୍ରେଟ ଭାବେ ପରୀକ୍ଷାରେ ନିଯୁକ୍ତି ହୋଇଥିଲେ । ମାଲକାନଗିରି କଲେଜର ବାଣିଜ୍ୟ ବିଭାଗର ଅଧ୍ୟାପକ ଡ଼.ରଞ୍ଜନ କୁମାର ସ୍ୟାଇ ପର୍ଯ୍ୟବେକ୍ଷକ ଭାବେ ପରୀକ୍ଷା ତଦାରଖ କରିଛନ୍ତି ଓ କଲେଜର ସୁପରିଟେଣ୍ଡ ଶ୍ରୀମତୀ ପ୍ରଭାସିନୀ ମହାପାତ୍ର ପରୀକ୍ଷା ପରିଚାଳନା କରୁଛନ୍ତି | ଜିଲ୍ଲା ପ୍ରଶାସନ ତରଫରୁ ପୋଲିସ ଅଧିକାରୀ ମଧ୍ୟ ପରୀକ୍ଷାରେ ସହଯୋଗ କରି ଅତି ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳିତ ହେଉଛି । ପରୀକ୍ଷାଟି ଏପ୍ରିଲ୨୬ରେ ଆରମ୍ଭ ହୋଇ ମେ୭ରେ ଶେଷ ହେବ ।

Comments are closed.