Related Contents

ଆଦିବାସୀ ଝିଅ ଚନ୍ଦ୍ରମା ସମ୍ବର୍ଦ୍ଧିତ

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସଦର ମହକୁମାର କାଙ୍ଗ୍ରାପଡା ଗ୍ରାମର ଆଦିବାସୀ ଝିଅ ଚନ୍ଦ୍ରମା ଶିଶା ମଙ୍ଗଳବାର ଚୈତ୍ର ପର୍ବର ଭେଟଘାଟ ଅବସରରେ କାଙ୍ଗ୍ରାପଡା ଗ୍ରାମ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଚନ୍ଦ୍ରମା ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଛନ୍ତି । ତେଣୁ ସବୁ ବେଳେ ଅଭାବ ଅନାଟନରେ ଜୀବନ ବିତାଉଥିବା ବେଳେ ଗତ ୨୦୧୭ ବର୍ଷରେ ଦଶମ ଶ୍ରେଣୀରେ ୭୫% ପ୍ରତିଶତ ମାର୍କ ରଖି ଉତିର୍ଣ୍ଣ ହୋଇଥିଲେ । କିନ୍ତୁ ଅର୍ଥ ଅଭାବରୁ ସେ କୈାଣସି ମହାବିଦ୍ୟାଳୟରେ ନାମ ଲେଖାଇବାକୁ ନିଜେ ବା ପରିବାରର ଲୋକ ଅସମର୍ଥ ଥିଲେ ସେ ସମୟରେ ଲମତାପୁଟ ବ୍ଲକର ଗଣମାଧ୍ୟମ ପ୍ରମେୟ ପ୍ରତିନିଧି ଉକ୍ତ ଗ୍ରାମରେ ପହଞ୍ଚି ଗଣମାଧ୍ୟମରେ ଖବର କାଗଜରେ ପ୍ରକାଶିତ କରିଥିଲେ । ସୁଚନା ପାଇ ଚନ୍ଦ୍ରମାଙ୍କୁ ଟାଇମ୍ସ ଗୁରୁକୁଳର କର୍ତୁପକ୍ଷ ସହାୟତାର ହାତ ବଢ଼ାଇବା ସହ ମାଗଣା ଶିକ୍ଷା ଦାନ ଦେବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ତେଣୁ ଏବେ ଚନ୍ଦ୍ରମା ଭୁବନେଶ୍ୱରର ଟାଇମ୍ସ ଗୁରୁକୁଳରେ ପାଠ ପଢ଼ୁଛନ୍ତି। ଏଥିପାଇଁ ଆଦିବାସୀ ଜାଗରଣ ସଂଘ ପକ୍ଷରୁ ହରିବନ୍ଧୁ କ୍ରିସାନି ଓ ଅନ୍ୟାନ୍ୟ କର୍ମକର୍ତ୍ତା ନାଟ ମଣ୍ଡପ ସମ୍ବର୍ଦ୍ଧନା ଜଣାଇଥିଲେ |

Comments are closed.