ବେକରେ ଓଢଣୀ ଦେଇ ଯୁବକଙ୍କ ଆତ୍ମହତ୍ୟା

0
168
ବେକରେ ଓଢଣୀ ଦେଇ

ରିପୋର୍ଟ : ବିରଞ୍ଚି ପ୍ରସାଦ
ବୈପାରୀଗୁଡା, (୨୦/୦୫) : ବେକରେ ଓଢଣୀ ଦେଇ ଯୁବକଙ୍କ ନିଜ ଘର ଭିତରେ ଆତ୍ମହତ୍ୟା l ଏହିପରି ଏକ ଅଭାବନୀୟ ଘଟଣା ଆଜି ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁଣ୍ଠାଗୁଡା ଠାରେ ଦେଖିବାକୁ ମିଳିଛି l

ମୃତ ଯୁବକ ଜଣକ ଗୁଣ୍ଠାଗୁଡା ଗ୍ରାମର ହରିଜନ ସାହି ର ୨୮ ବର୍ଷୀୟ ମନୋଜ ବାରିକ ବୋଲି ଜଣା ପଡିଛି l ମନୋଜ ନିଜ ଘରେ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ରହି ଆସୁଥିଲେ । ଗତକାଲି ରାତିରେ କୌଣସି କାରଣରୁ ସ୍ତ୍ରୀ ସହ ଘରେ ଝଗଡ଼ା ହୋଇଥିବା କୁହାଯାଉଛି । ଏଥିଯୋଗୁଁ ତାଙ୍କ ସ୍ତ୍ରୀ ୨ ପିଲାଙ୍କୁ ସାଥିରେ ନେଇ ସମ୍ପର୍କୀୟଙ୍କ ଘରେ ଶୋଇବାକୁ ଚାଲିଯାଇଥିଲେ । ଏଥିରେ ସେ ତାଙ୍କର ମାନସିକ ଭାରସାମ୍ୟ ହରାଇ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଆଜି ସକାଳୁ ତାଙ୍କ ସ୍ତ୍ରୀ କବାଟ ଖୋଲି ଦେଖିଲା ବେଳକୁ ତାଙ୍କ ସ୍ୱାମୀ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ। ସୂଚନା ପାଇ ଘଟଣାସ୍ଥଳରେ ଥାନା ଅଧିକାରୀ ଡିଏସପି ବିରଞ୍ଚି ନାରାୟଣ ଜାଗତ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।