Related Contents

ସୋସିଆଲ ମିଡିଆରେ ଭାଇରାଲ ଭିଡ଼ିଓକୁ ନେଇ ପୋଲିସ ପକ୍ଷରୁ ପ୍ରେସମୀଟ

ମାଲକାନଗିରି(ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ): ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲ୍ଲୀ ଠାରେ ୦୯/୧୧/୨୦୧୭ ମସିହାରେ ହୋଇଥିବା ଗଣ ଦୁଷ୍କର୍ମର ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବାରୁ ଆତ୍ମହତ୍ୟାର ଉଦ୍ୟମ କରିଥିଲେ ।

ପରିବାରର ଲୋକଙ୍କ ଅଭିଯୋଗ ଏ ପର୍ଯ୍ୟନ୍ତ ନ୍ୟାୟ ନ ମିଳିବାରୁ ପିଡ଼ିତା ଏଭଳି ପଦକ୍ଷେପ ନେଇଛନ୍ତି । ଏହି ଭିଡ଼ିଓ ଭାଇରଲ ହେବା ପରେ ଆଜି ମାଲକାନଗିରି ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡ଼ିଏସପି ଏହାକୁ ଅସ୍ୱୀକାର କରିବା ସହ କହିଛନ୍ତି ଯେ ପୋଲିସ ପକ୍ଷରୁ ସମସ୍ତ ପ୍ରକାର କାର୍ଯ୍ୟାନୁଷ୍ଠାନ କରାଯାଇଛି । ମୁଖ୍ୟ ଆସାମୀ କୁହାଯାଉଥିବା ଆରୋପୀ ଅଜୟ କୁମାର ସୁତାର ଓ ତାଙ୍କ ୨ଜଣ ସାଥୀ ଭେଙ୍କଟେଶ୍ୱର ଆଚାରୀ ଓ ମହେନ୍ଦ୍ର ପାଣିଗ୍ରାହୀଙ୍କୁ ପୋସ୍କୋ ଆଇନ ଅନୁଯାୟୀ କେସ ନମ୍ବର୧୦୯/ଦଫା ୩୫୪,୩୫୪କ,୫୦୯,୩୫ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବର୍ତ୍ତମାନ ସେମାନେ ବେଲ ରେ ଅଛନ୍ତି । ପୋଲିସ ପ୍ରଶାସନ ପିଡିତାଙ୍କ ସହିତ ମଧ୍ୟ ଯୋଗାଯୋଗ ରଖିଛନ୍ତି ।

Comments are closed.